ନୂଆଦିଲ୍ଲୀ : ଓଡ଼ିଶାର ସୁସାହିତ୍ୟିକା ଗାୟତ୍ରୀ ସରାଫଙ୍କୁ ତାଙ୍କ ଗଳ୍ପ ସଙ୍କଳନ ‘ଇଟାଭାଟିର ଶିଳ୍ପୀ’ ପାଇଁ ୨୦୧୭ର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀ ସ୍ଥିତ କମାନି ସଭାଗୃହରେ ଆୟୋଜିତ ପୁରସ୍କାର ସମାରୋହରେ ଗାୟତ୍ରୀଙ୍କ ସମେତ ୨୪ଟି ଭାରତୀୟ ଭାଷାର ବିିଭିନ୍ନ କବି ଓ ଲେଖକଙ୍କୁ ସେମାନଙ୍କ କୃତି ପାଇଁ ପୁରସ୍କୃତ କରାଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମି ଅଧ୍ୟକ୍ଷ ଚନ୍ଦ୍ରଶେଖର କମ୍ବାରା ଗାୟତ୍ରୀଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ସମେତ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ।
ଗାୟତ୍ରୀ ସରାଫଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର
Advertisment
Follow Us