ଓଜନ କମ କରିବା ପାଇଁ ବର୍ଷେ ହେଲାଣି ପାଣି ପିଇ ବଞ୍ଚୁଥି‌ଲେ, ଚାଲିଗଲା ଜୀବନ

Advertisment

କେରଳର କନ୍ନୁରରେ, ଜଣେ ଯୁବତୀ ଓଜନ ହ୍ରାସ କରିବାକୁ ଚେଷ୍ଟା କରି ନିଜ ଜୀବନ ହରାଇଛନ୍ତି। ଅନଲାଇନରେ ଉପଲବ୍ଧ ଥିବା ପରାମର୍ଶ ଦ୍ୱାରା ପ୍ରଭାବିତ ହୋଇ ସେ ବର୍ଷେ ହେଲାଣି ପାଣି ପିଇ ବଞ୍ଚୁଥି‌ଲେ।

କେରଳର କନ୍ନୁରରେ, ଜଣେ ଯୁବତୀ ଓଜନ ହ୍ରାସ କରିବାକୁ ଚେଷ୍ଟା କରି ନିଜ ଜୀବନ ହରାଇଛନ୍ତି। ଅନଲାଇନରେ ଉପଲବ୍ଧ ଥିବା ପରାମର୍ଶ ଦ୍ୱାରା ପ୍ରଭାବିତ ହୋଇ ସେ ବର୍ଷେ ହେଲାଣି ପାଣି ପିଇ ବଞ୍ଚୁଥି‌ଲେ।

kerala

କନ୍ନୁର: କିଏ ଫିଟ୍ ରହିବାକୁ ଅବା ନଚାହେଁ? ସେଥିପାଇଁ ଲୋକମାନେ ଓଜନ ହ୍ରାସ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତି। କିଛି ଲୋକ କଠିନ ପରିଶ୍ରମ କରନ୍ତି ଏବଂ ବହୁତ ଝାଳ ବୁହାନ୍ତି। କିଛି ଲୋକ ଖାଦ୍ୟରେ ପରିବର୍ତ୍ତନ ଆଣି ଓଜନ କମ କରିବାକୁ ଚେଷ୍ଟା କରନ୍ତି। କେରଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଝିଅ ଓଜନ ହ୍ରାସ କରିବା ପାଇଁ ଏପରି ଏକ ଉପାୟ ବାଛିଥିଲେ ଯାହା ତାଙ୍କ ଜୀବନ ନେଇଗଲା। କେରଳର କନ୍ନୁରର ମେରୁବମ୍ବାୟିର ବାସିନ୍ଦା ୧୯ ବର୍ଷୀୟ ଶ୍ରୀନନ୍ଦାଙ୍କର 'ଆନୋରେକ୍ସିଆ ନର୍ଭୋସା' ନାମକ ଏକ ରୋଗରେ ମୃତ୍ୟୁ ହୋଇଛି।

ଆନୋରେକ୍ସିଆ ନର୍ଭୋସା ପ୍ରକୃତରେ ଏକ ଖାଦ୍ୟ ସହ ଜଡ଼ିତ ରୋଗ ଯେଉଁଥିରେ ଓଜନ ବୃଦ୍ଧି ପାଇବାର ନିରନ୍ତର ଭୟ ରହିଥାଏ। ଶ୍ରୀନନ୍ଦା, ଥଲସେରି କୋଅପରେଟିଭ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଯେଉଁଠାରେ ତାଙ୍କର ଗତ ଶନିବାର ମୃତ୍ୟୁ ହୋଇଥିଲା। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଶ୍ରୀନନ୍ଦା ଗତ ଗୋଟିଏ ବର୍ଷ ଧରି ଠିକ୍ ଭାବରେ ଖାଉ ନଥିଲେ। କାରଣ ସେ ଓଜନ ବୃଦ୍ଧି ହେବାକୁ ନେଇ ଚିନ୍ତିତ ଥିଲେ ବୋଲି ପରିବାର ଲୋକେ କହିଛନ୍ତି।

ପରିବାର ଲୋକଙ୍କ କହିବା ମୁତାବକ, ଶ୍ରୀନନ୍ଦା ଓଜନ ବଢ଼ିବା ଭୟରେ ଖାଇବା ବନ୍ଦ କରିଦେଇଥିଲା ଏବଂ ଅଧିକ ବ୍ୟାୟାମ କରୁଥିଲେ। ଅନଲାଇନରେ ଦିଆଯାଇଥିବା ଡାଏଟ୍ ଚାର୍ଟ ଅନୁସରଣ କରୁଥିଲେ ଏବଂ କେବଳ ପାଣି ପିଉଥିଲେ। ସେ ପ୍ରାୟ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଖାଦ୍ୟରୁ ଦୂରେଇ ରହିଥିଲେ ଏବଂ ମୁଖ୍ୟତଃ ପାଣି ପିଇ ବଞ୍ଚି ରହିଥିଲେ। ଦେହ ଖରାବ ହେବାରୁ ତାଙ୍କୁ ୧୦ ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ୧୦ଦିନ ଭିତରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe