୭୪ଟି କମ୍ପାନିର ନଡ଼ିଆ ତେଲ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ

୭୪ଟି କମ୍ପାନିର ନଡ଼ିଆ ତେଲ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ

ତିରୁବନ୍ତପୁରମ: କେରଳର ଖାଦ୍ୟ ସୁରକ୍ଷା ବିଭାଗ ନଡିଆ ତେଲର ୭୪ଟି କମ୍ପାନିର ବିକ୍ରି, ବିତରଣ, ଭଣ୍ଡାର ଏବଂ ତାହାର ମେନ୍ୟୁଫେକ୍‌ଚର ଉପରେ ପ୍ରତିବନ୍ଧକ ଲାଗାଇଛନ୍ତି। ଖାଦ୍ୟ ସୁରକ୍ଷା ବିଭାଗର ମୁଖ୍ୟ ଆନନ୍ଦ ସିଂହ ଏକ ନୋଟିସ୍‌ ଜାରି କରି କହିଛନ୍ତି । ଯେଉଁଥିରେ ୭୪ଟି କମ୍ପାନିର ନଡିଆ ତେଲରେ ମିଶ୍ରଣ କରାଯାଉଥିବା ସଙ୍କେତ ମିଳିଛି। ଏହି କମ୍ପାନି ଖାଦ୍ୟ ସୁରକ୍ଷା ମାନକ ଅଧିନିୟମ ୨୦୦୬ର ଉଲଘଂନ୍ନ କରିଛନ୍ତି, ଏଥିପାଇଁ ଏମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ନଡିଆ ତେଲର ମିଶ୍ରଣ କରିବା ସହିତ ଖରାପ ଗୁଣାବତ୍ତା ରଖି ବିକ୍ରି କରୁଥିବା କମ୍ପାନିଙ୍କୁ କଡା କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିପାରେ। ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶିଲଜା ଖାଦ୍ୟ ସୁରକ୍ଷା ବିଭାଗକୁ ମିଶ୍ରଣ ସାମଗ୍ରୀର ମେନ୍ୟୁଫେକ୍‌ଚରିଂ ଓ ତାର ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

publive-image

ଯେଉଁ ନଡ଼ିଆ ତେଲ କମ୍ପାନି ଉପରେ ପ୍ରତିବନ୍ଧକ ଲଗାଯାଇଛି ସେଗୁଡ଼ିକ ହେଲା, ଏସ୍‌ଏସ୍‌ କେରା ପ୍ରିମିୟମ ଗୋଲ୍ଡ( ଜିଥୁ ଅଏଲ୍‌ ମିଲ୍ସ), କେରା ପ୍ରୋଡି (ବେଜ ଟ୍ରେଡର୍ସ), କେରା ହିରା (ବେଜ ଟ୍ରେଡର୍ସ), ନାଲିକେରା (ସେଣ୍ଟ ମେରି ଅଏଲ ଟ୍ରେଡର୍ସ), ରସୋଇ ସ୍ୱାଦିଷ୍ଟ (କେରଳ ଅଏଲ ମିଲ୍ସ), କେରା ସ୍ୱାଦିଷ୍ଟ (ଲିଆ ଟ୍ରେଡିଙ୍ଗ କମ୍ପାନି) ଓ କେରା ସୁଲଭା (ପୁଲରି ନଡିଆ ତେଲ) ଇତ୍ୟାଦି କମ୍ପାନି ସାମିଲ ରହିଛି।

publive-image

କେରଳ ସରକାର ନଡ଼ିଆ ତେଲ ଉପରେ ପ୍ରତିବନ୍ଧକ ଲଗାଇବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମାର୍ଚ୍ଚ ୩୧ରେ ବି ଖାଦ୍ୟ ସୁରକ୍ଷା ବିଭାଗ ଖରାପ ଗୁଣବତ୍ତା ଥିବା ନଡିଆ ତେଲର ୪୫ଟି କମ୍ପାନିର ତେଲ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇ ଥିଲା। ସେହିପରି ଜୁନ୍‌ ୩୦ରେ ୫୧ଟି କମ୍ପାନି ଓ ଏବେ ୭୪ଟି କମ୍ପାନିର ନଡ଼ିଆ ତେଲ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। ଅର୍ଥାତ୍‌ ଚଳିତ ବର୍ଷ ପାଖାପାଖି ନଡ଼ିଆ ତେଲର ୧୬୬ଟି କମ୍ପାନିର ତେଲ ବିକ୍ରି ଉପରେ ପ୍ରତିବନ୍ଧକ ଲଗା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe