ଯେଉଁ ମହିଳାଙ୍କ ସାବରିମାଲା ମନ୍ଦିରକୁ ପଶିବାକୁ ଉଦ୍ୟମ କରିବେ ତାଙ୍କୁ ଦୁଇ ଖଣ୍ଡ କରି ନିଆଯିବ: ଅଭିନେତା କୋଲମ୍‌ ତୁଲ୍‌ସୀ

ଯେଉଁ ମହିଳାଙ୍କ ସାବରିମାଲା ମନ୍ଦିରକୁ ପଶିବାକୁ ଉଦ୍ୟମ କରିବେ ତାଙ୍କୁ ଦୁଇ ଖଣ୍ଡ କରି ନିଆଯିବ: ଅଭିନେତା କୋଲମ୍‌ ତୁଲ୍‌ସୀ

The News Minute

ତିରୁଅନନ୍ତପୁରମ୍‌: ମାଲାୟଲମ୍‌ ଫିଲ୍ମ ଅଭିନେତା ତୁଲସୀଧରନ୍‌ ନାୟାର୍‌ ଓରଫ କୋଲମ୍‌ ତୁଲସୀ ଶୁକ୍ରବାର ସାବରିମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶାଧିକାର ନେଇ ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ,ଯେଉଁ ମହିଳା ସାବରିମଲା ମନ୍ଦିରକୁ ପ୍ରବେଶ କରିବାକୁ ସାହସ କରିବେ ତାଙ୍କୁ କାଟି ଦୁଇ ଖଣ୍ଡ କରି ଦିଆଯିବ। ତାଙ୍କ ଶରୀରର ଗୋଟିଏ ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଫିଙ୍ଗି ଦିଆଯିବ ଓ ଅନ୍ୟ ଖଣ୍ଡ ଦିଲ୍ଲୀ ପଠାଇ ଦିଆଯିବ।

ଭାରତୀୟ ଜନତା ପାର୍ଟିର ଜଣେ ଦୃଢ଼ ସମର୍ଥକ ଭାବେ ଜଣାଶୁଣା ତୁଲସୀ ଏହା ମଧ୍ୟ କହିଛନ୍ତି ଯେ ପ୍ରଭୁ ଆୟାପ୍ପାଙ୍କ ପ୍ରକୃତ ଭକ୍ତମାନେ କେବେ ହେଲେ ମହିଳାମାନଙ୍କ ମନ୍ଦିର ପ୍ରବେଶକୁ ଗ୍ରହଣ କରିବେ ନାହିଁ। ମୁଁ ଆଶା କରୁଛି କେରଳର ମହିଳାମାନେ ସାବରିମାଲା ମନ୍ଦିର ଭିତରକୁ ପ୍ରବେଶ କରିବେ ନାହିଁ।

publive-image MyNation

ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଏକ ପ୍ରତିବାଦ ସମାବେଶରେ ଭାଷଣ ଦେଇ ସେ ଏଭଳିି ମତ ଦେଇଛନ୍ତି। ଦକ୍ଷିଣ କେରଳର କୋଲାମ୍‌ ଠାରେ ଆୟୋଜିତ ଏହି ସମାବେଶରେ ଅଭିନେତା ତୁଲସୀ କହିଥିଲେ, ଯେଉଁ ମହିଳା ମନ୍ଦିରରେ ପ୍ରବେଶ କରିବାର ସାହସ କରିବେ ତାଙ୍କୁ ଏହାର ପରିଣତି ଭୋଗ କରିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ କି ସେପ୍ଟେମ୍ବର ମାସରେ ସୁପ୍ରିମ୍‌କୋର୍ଟ ସାବରିମାଲା ମନ୍ଦିର ଭିତରକୁ ମହିଳାଙ୍କ ପ୍ରବେଶ ନେଇ ଥିବା କଟକଣା ଉଠାଇବା ପରେ ବିଭିନ୍ନ ମହଲାରେ ଏହାକୁ ବିରୋଧ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe