ସୁପ୍ରିମ୍‌ କୋର୍ଟରେ କେରଳ ବନ୍ୟା ମାମଲା: ତାମିଲନାଡ଼ୁକୁ ଦାୟୀ କଲା କେରଳ

ସୁପ୍ରିମ୍‌ କୋର୍ଟରେ କେରଳ ବନ୍ୟା ମାମଲା: ତାମିଲନାଡ଼ୁକୁ ଦାୟୀ କଲା କେରଳ

ନୂଆଦିଲ୍ଲୀ: କେରଳରେ ଭୟଙ୍କର ବନ୍ୟା ଯୋଗୁଁ ୩୭୩ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ଘଟିଛି। ଉଦ୍ଧାର କାର୍ଯ୍ୟ ଗତକାଲି ଶେଷ ହୋଇଥିବା ବେଳେ ଏବେ ରିଲିଫ୍‌, ଥଇଥାନ ଓ ପୁନଃନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପାଇଁ ବିରାଟ ଚ୍ୟାଲେଂଜ ହୋଇଛି। କେରଳ ସରକାର ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ ତାମିଲନାଡ଼ୁ ସରକାରଙ୍କ ଦାୟିତ୍ୱହୀନ କାର୍ଯ୍ୟ ହିଁ କେରଳ ବନ୍ୟାର ମୁଖ୍ୟ କାରଣ। ତାମିଲନାଡ଼ୁ ସରକାର ମୁଲ୍ଲାପେରିୟାର ଜଳଭଣ୍ଡାରରୁ ଅଚାନକ ପାଣି ଛାଡ଼ିବାରୁ ରାଜ୍ୟରେ ବନ୍ୟା ସ୍ଥିତି ଭୟଙ୍କର ରୂପ ନେଇଥିଲା ବୋଲି କେରଳ ସରକାର କହିଛନ୍ତି। ପୂର୍ବରୁ ବନ୍ୟା ଜଳ ଛାଡ଼ିବା ପାଇଁ କେରଳ ସରକାରଙ୍କ ଅନୁରୋଧକୁ ଗ୍ରହଣ କରାଯାଇ ନଥିଲା ଏବଂ ଜଳପତ୍ତନ ବଢ଼ିଯିବା ପରେ ଅଚାନକ ତାହାକୁ ଖଲାସ କରାଯାଇଥିଲା। ଏହି ଡ୍ୟାମ କେରଳ ଓ ତାମିଲନାଡ଼ୁ ସୀମାରେ ରହିଛି ଏବଂ ଏହା ସଂପୂର୍ଣ୍ଣ ଭାବେ ତାମିଲନାଡ଼ୁ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ଅନ୍ୟପକ୍ଷରେ କେରଳ ବନ୍ୟା ସଂପୂର୍ଣ୍ଣ ମନୁଷ୍ୟକୃତ ବୋଲି ବିଜେପି ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ କହିଛନ୍ତି। କେରଳର ୪୦ଟି ଜଳଭଣ୍ଡାରରୁ ଏକାଥରକେ ପାଣି ଛଡ଼ାଯିବାରୁ ଅଣାୟତ୍ତ ସ୍ଥିତି ଉପୁଜିଲା ବୋଲି ବିରୋଧୀ ଦଳ ନେତା ରମେଶ ଚେନ୍ନିଥାଲ୍ଲା କହିଛନ୍ତି ଏବଂ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe