ଡାକ୍ତରଖାନା ନେଉଥିବା ବେଳେ କରୋନା ପୀଡ଼ିତାଙ୍କ ସହ ଦୁଷ୍କର୍ମ କଲେ ଆମ୍ବୁଲାନ୍ସ ଚାଳକ

ଡାକ୍ତରଖାନା ନେଉଥିବା ବେଳେ କରୋନା ପୀଡ଼ିତାଙ୍କ ସହ ଦୁଷ୍କର୍ମ କଲେ ଆମ୍ବୁଲାନ୍ସ ଚାଳକ

ndtv

ଥିରୁବନନ୍ତପୁରମ୍: କେରଳର ଥିରୁବନନ୍ତପୁରମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କରୋନା ଆକ୍ରାନ୍ତଙ୍କ ସହ ଡାକ୍ତରଖାନା ନେଇ ଯାଉଥିବା ଜଣେ ଆମ୍ବୁଲାନ୍ସ ଚାଳକ ଦୁଷ୍କର୍ମ କରିବ‌ା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି କେରଳ ପଠାନାମଥୀତାରେ ଘଟିଛି। ଘଟଣାଟି ଶନିବା‌ର ରାତିରେ ଘଟିଥିବା ବେଳେ ଅଭିଯୁକ୍ତ ଚାଳକକୁ ଚାକିରିରୁ ବାହାର କରିଦିଆଯାଇଥିବା ଜଣା ପଡ଼ିଛି।

ପୁଲିସର କହିବା ମୁତାବକ, ଶନିବାର ଜ‌ଣେ ବୃଦ୍ଧା ଏବଂ ପୀଡ଼ିତାଙ୍କୁ ନେଇ କୋଭିଡ ହସ୍ପିଟାଲ ଯାଉଥିଲେ ଅଭିଯୁକ୍ତ। ଅଧା ବାଟରେ ବୃଦ୍ଧାଙ୍କୁ ଏକ ହସ୍ପିଟାଲରେ ଛାଡ଼ିବା ପରେ ପୀଡ଼ିତାଙ୍କୁ ପାଣ୍ଡଲମ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଆଗକୁ ବଢ଼ିଥିଲେ। ହେଲେ ଡାକ୍ତରଖାନାରେ ପହଞ୍ଚାଇବା ପରିବର୍ତ୍ତେ ଅଭିଯୁକ୍ତ ଚାଳକ ଏକ ଜନଶୁନ୍ୟ ସ୍ଥାନକୁ ନେଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଲଜା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ କହିଛନ୍ତି।

Ambulance driver held for raping 19-year-old Covid patient in Kerala |  Law-Order Devdiscourse

କୋଭିଡ-୧୯ ରୋଗୀଙ୍କ ଉପରେ ଯୌନ ନିର୍ଯାତନା ମାମଲା ସମଗ୍ର ଦେଶରୁ ରିପୋର୍ଟ କରାଯାଇଛି। ଜୁଲାଇରେ ଦିଲ୍ଲୀରେ କୋଭିଡ କେୟାର ସେଣ୍ଟରରେ ଜଣେ ନାବାଳିକା କୋଭିଡ-୧୯ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe