ଏହି କାରଣରୁ ମନ୍ଦିରକୁ ଦାନ କରାଗଲା ଯାନ୍ତ୍ରିକ ହାତୀ

ଅନୁଷ୍କା ଶଙ୍କର ଓ ପିପୁଲ ଫର୍ ଦି ଏଥିକାଲ ଟ୍ରିଟ୍ମେଣ୍ଟ ଅଫ୍ ଆନିମଲ୍ସ (ପେଟା ଇଣ୍ଡିଆ) କେରଳର ଏଡୟାର ଶ୍ରୀ ବଡକୁମ୍ବଡ ଶିବ ବିଷ୍ଣୁ ମନ୍ଦିରକୁ ଏକ ଯାନ୍ତ୍ରିକ ହାତୀ ଦାନ କରିଛନ୍ତି ।

wert

wrt

ନୂଆଦିଲ୍ଲୀ: ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ସୀତାର ବାଦକ ଅନୁଷ୍କା ଶଙ୍କର ଓ ପିପୁଲ ଫର୍ ଦି ଏଥିକାଲ ଟ୍ରିଟ୍ମେଣ୍ଟ ଅଫ୍ ଆନିମଲ୍ସ (ପେଟା ଇଣ୍ଡିଆ) କେରଳର ଏଡୟାର ଶ୍ରୀ ବଡକୁମ୍ବଡ ଶିବ ବିଷ୍ଣୁ ମନ୍ଦିରକୁ ଏକ ଯାନ୍ତ୍ରିକ ହାତୀ ଦାନ କରିଛନ୍ତି ।

ମନ୍ଦିରକୁ ଯାନ୍ତ୍ରିକ ହାତୀ ଦେବା ପଛର କାରଣ ହେଉଛି,‘ ମନ୍ଦିର ପ୍ରଶାସନ ମନ୍ଦିରରେ କେବେ ହାତୀ ରଖିବେ ନାହିଁ କି ହାତୀକୁ ଭଡାରେ ନେବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିକୁ ଧ୍ୟାନରେ ରଖି ପେଟା ଇଣ୍ଡିଆ ୮୦୦କିଲୋଗ୍ରାମ ଓଜନର ଏକ ଯାନ୍ତ୍ରିକ ହାତୀ ମନ୍ଦିରକୁ ଦାନ କରିଛି। ଏହି ହାତୀର ନାମ ‘ୱଡକୁମ୍ବଡ ଶଙ୍କରାନାରାୟଣନ’ ରଖାଯାଇଛି। 

ପେଟା ଇଣ୍ଡିଆର ଏହି ଦାନକୁ ସ୍ୱାଗତ କରି ମନ୍ଦିରର ଅଧ୍ୟକ୍ଷ ରବି ନମ୍ବୁଦରି କହିଛନ୍ତି, "ଆମେ ଦୃଢ଼ ଭାବରେ ବିଶ୍ୱାସ କରୁଛୁ ଯେ ପର୍ବପର୍ବାଣୀ ସମୟରେ ହାତୀମାନଙ୍କ ସହିତ ଖରାପ ବ୍ୟବହାର କରାଯାଇଥାଏ। ଆମକୁ ଯାନ୍ତ୍ରିକ ହାତୀ ଦେଇ ଥିବାରୁ ପେଟାକୁ ଧନ୍ୟବାଦ। 

ଏହା ପେଟା ଇଣ୍ଡିଆ ଦ୍ୱାରା କେରଳର ଏକ ମନ୍ଦିରକୁ ଦାନ କରାଯାଇଥିବା ପଞ୍ଚମ ଯାନ୍ତ୍ରିକ ହାତୀ ଏବଂ ତ୍ରିସୁର ଜିଲ୍ଲାରେ ଦ୍ୱିତୀୟ। ସଂଗଠନ ସମ୍ପ୍ରତି ମଲପ୍ପୁରମର ଏକ ମସଜିଦକୁ ଧାର୍ମିକ ସମାରୋହରେ ବ୍ୟବହାର ପାଇଁ ଏକ ଯାନ୍ତ୍ରିକ ହାତୀ ଯୋଗାଇବାକୁ ପ୍ରସ୍ତାବ ଦେଇଥିଲା। 

ପେଟା ଇଣ୍ଡିଆ ପକ୍ଷରୁ ପ୍ରକାଶ, ବାସ୍ତବ ହାତୀ ସ୍ଥାନରେ ଯାନ୍ତ୍ରିକ ହାତୀର ବ୍ୟବହାର କଲେ  ହାତୀମାନେ ସେମାନଙ୍କର ପ୍ରାକୃତିକ ବାସସ୍ଥାନରେ ରହିପାରିବେ ଏବଂ ସେମାନଙ୍କୁ ବନ୍ଦୀ, ଶିକୁଳି ଏବଂ ନିର୍ଯାତନାରୁ ରକ୍ଷା କରାଯାଇପାରିବ। ରବର, ଫାଇବର, ଧାତୁ, ଜାଲ, ଫୋମ ଏବଂ ଷ୍ଟିଲରେ ତିଆରି ଏହି ଯାନ୍ତ୍ରିକ ହାତୀରେ ପାଞ୍ଚଟି ମ୍ୟାସିନ ଖଞ୍ଜା ଯାଇଛି। ଯାହାକି ଏକ ପ୍ରକୃତ ହାତୀର ଗତିବିଧିକୁ ଅନୁକରଣ କରିପାରିବ।

ଅନ୍ୟପକ୍ଷରେ କେରଳରେ ରହୁଥିବା ପୋଷା ହାତୀ ଦ୍ୱାରା ଅନେକ ଲୋକଙ୍କ ଜୀବନ ଅକାରଣରେ ଯାଉଛି । ଅନେକ ସମୟରେ ମଣିଷମାନେ ବି ହାତୀଙ୍କୁ ଆକ୍ରମଣ କରନ୍ତି ।  ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ପେଟା ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe