Image Courtesy of Hindustan Times
ତିରୁବନନ୍ତପୁରମ୍: ଗୁରୁବାର ଦିନ କେରଳ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଇ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ବ୍ୟାପକ ପ୍ରତିବାଦର କାରଣ ହୋଇଥିବା ନୂତନ କୃଷି ଆଇନ ବିରୋଧରେ ଏକ ପ୍ରସ୍ତାବନା ଆଗତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଆଗତ କରିଥିବା ପ୍ରସ୍ତାବନାରେ ଉଲ୍ଲେଖ ଅଛି ଯେ, ଦେଶ କଠିନ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ଆନ୍ଦୋଳନରତ କୃଷକଙ୍କୁ ସମର୍ଥନ ଜଣାଇବା ରାଜ୍ୟ ସରକାରଙ୍କର କର୍ତ୍ତବ୍ୟ। କଠିନ ତଥା ଭୀଷଣ ଥଣ୍ଡା ପାଗରେ ଚଲିଥିବା ଏହି ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣକୁ ବିରୋଧ କରିବାରେ ବିଫଳ ହୋଇଛି।
Image Courtesy of Hindustan Timesମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ତିନୋଟିଯାକ ଆଇନ କେବଳ ବଡ଼ ବଡ଼ କର୍ପୋରେଟ୍ ହାଉସ୍କୁ ସାହାଯ୍ୟ କରିବ।
କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳମାନେ ଏହି ପ୍ରସ୍ତାବନାକୁ ସମର୍ଥନ ଜଣାଇଛନ୍ତି। ବିଧାନସଭା ଡକାଇବା ପାଇଁ ଅନୁମତି ଦେବାରେ ବିଳମ୍ବ କରିଥିବାରୁ କଂଗ୍ରେସ ନେତା କେ ସି ଜୋସେଫ୍ ମଧ୍ୟ ରାଜ୍ୟପାଳଙ୍କୁ ସମାଲୋଚନା କରିଛନ୍ତି।
ଭାରତୀୟ ଜନତା ପାର୍ଟିର ଏକମାତ୍ର ସଦସ୍ୟ ଓ. ରାଜଗୋପାଳ ମଧ୍ୟ ବିଧାନସଭାର ଏହି ଅଧିବେଶନରେ ଯୋଗ ଦେଇଛନ୍ତି।
ଡିସେମ୍ବର ୩୧ ତାରିଖ ଦିନ ଏକଦବସୀୟ ସ୍ୱତନ୍ତ୍ର ଅଧିବେଶନ ଡାକିବା ନିମନ୍ତେ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁ ସୋମବାର ଦିନ ସମ୍ମତି ପ୍ରଦାନ କରିଥିଲେ। ଏହି ଅଧିବେଶନର ସମୟ ଅବଧି ମାତ୍ର ଏକ ଘଣ୍ଟା।
Follow Us