𝑰𝒏𝒅𝒊𝒂𝒏 𝑯𝒆𝒍𝒑
କୋଚି: ଜୟପାଲନ ପିଆର୍ ନାମକ କେରଳର ଜଣେ ଅଟୋ ଚାଳକ ୧୨ କୋଟି ଟଙ୍କାର କେରଳ ସରକାରଙ୍କ ଓନାମ ବମ୍ପର ଲଟେରି ଜିତିଛନ୍ତି। ସୂଚନା ଅନୁସାରେ ଏହି ଅଟୋରିକ୍ସା ଚାଳକ ଜଣକ କୋଚିରେ ନିଜ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଇଥାନ୍ତି। ଲଟେରି ଉଠାଣର ଫଳାଫଳ ପ୍ରକାଶ ପାଇବାର ଦିନକ ପରେ ସୋମବାର ଏହାର ବିଜେତା କୋଚି ନିକଟ ମାରାଡୁନିବାସୀ ଅଟୋ ଡ୍ରାଇଭର ଜୟପାଲନ ପିଆର୍ ବୋଲି ଜଣାପଡ଼ିଥିଲା।
ସୋମବାର ସନ୍ଧ୍ୟାରେ ଜୟପାଲନ ଏକ ବ୍ୟାଙ୍କର କୋଚି ଶାଖାରେ ନିଜ ଟିକଟ ଦେଖାଇ ପୁରସ୍କାର ରାଶି ପାଇବା ପାଇଁ ଦାବି କରିଥିଲେ। ଜୟପାଲନଙ୍କ କହିବା ଅନୁସାରେ ସେ ୫ଟି ସାଧାରଣ ଟିକଟ ଓ ଗୋଟିଏ ବମ୍ପର ଲଟେରି ଟିକଟ କିଣିଥିଲେ। ବମ୍ପର ଟିକଟର ମୂଲ୍ୟ ୩୦୦ ଟଙ୍କା। ବର୍ତ୍ତମାନ ୧୨ କୋଟି ଟଙ୍କାରୁ ଆୟକର କଟି ତାଙ୍କୁ ମିଳିବ ପ୍ରାୟ ସାଢ଼େ ୭ କୋଟି ଟଙ୍କା। ଏହି ଟଙ୍କାକୁ ସେ କ’ଣ କରିବେ ବୋଲି ପଚରାଯିବାରୁ ଜୟପାଲନ କହିଥିଲେ ଯେ ସେ ପ୍ରଥମେ ତାଙ୍କର ସବୁ ଋଣ ଶୁଝିବେ କାରଣ ତାଙ୍କୁ କେତୋଟି ଋଣ ଶୁଝିବାର ଅଛି। ବାକି ଯାହା ରହିଲା, ତାହା ତାଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ସାହାଯ୍ୟ କରିବ।
Follow Us