ମହିଳାଙ୍କ ପାଇଁ ପରସ୍ପର ସହ ପିଟି ହେଲା ‌କେରଳ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିମାଳାର ୬ଟି କାର୍

Advertisment

ମହିଳାଙ୍କ ପାଇଁ ପରସ୍ପର ସହ ପିଟି ହେଲା ‌କେରଳ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିମାଳାର ୬ଟି କାର୍। ଜଣେ ମହିଳା ହଠାତ୍ ନିଜ ସ୍କୁଟିକୁ ରାସ୍ତା ମଝିରୁ ରାସ୍ତା କଡ଼କୁ ନେଇଯିବାରୁ ଏଭଳି ଦୁର୍ଘଟଣା ଘଟିଛି।

ମହିଳାଙ୍କ ପାଇଁ ପରସ୍ପର ସହ ପିଟି ହେଲା ‌କେରଳ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିମାଳାର ୬ଟି କାର୍। ଜଣେ ମହିଳା ହଠାତ୍ ନିଜ ସ୍କୁଟିକୁ ରାସ୍ତା ମଝିରୁ ରାସ୍ତା କଡ଼କୁ ନେଇଯିବାରୁ ଏଭଳି ଦୁର୍ଘଟଣା ଘଟିଛି।

kkerela

ଥିରୁବନନ୍ତପୁରମ: ସୋମବାର ସନ୍ଧ୍ୟାରେ କେରଳର ଥିରୁବନନ୍ତପୁରମରେ ଏକ ସଡ଼କ ଦୁର୍ଘଟଣାରୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସ୍କୁଟି ଚଳାଉଥିବା ମହିଳାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ପାଇଲଟ୍ କାର ହଠାତ୍ ବ୍ରେକ୍ ଲଗାଇଥିଲା। ଏହା ପରେ ପଛରେ ଥିବା ମୁଖ୍ୟମନ୍ତ୍ରୀ ବିଜୟନଙ୍କ କାର୍ ସମେତ ଗାଡ଼ିମାଳାରେ ଥିବା ଅନ୍ୟ କାର ପରସ୍ପର ସହ ଧକ୍କା ଖାଇଥିଲା।  ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାରରେ ସାମାନ୍ୟ କ୍ଷତି ଘଟିଛି ଏବଂ ସେ ଆହତ ହୋଇନାହାଁନ୍ତି।

ଦୁର୍ଘଟଣାର ସିସିଟିଭି ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳାଙ୍କ ପାଇଁ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ଜଣାପଡ଼ୁଛି। ସିସିଟିଭି ଭିଡିଓରେ ଦେଖାଯାଇଛି ଯେ, ସ୍କୁଟି ଚଳାଉଥିବା ମହିଳା ହଠାତ୍ ଡାହାଣ ପାର୍ଶ୍ବକୁ ଚାଲିଯିବାରୁ ତାଙ୍କୁ ବଞ୍ଚାଇବା ପାଇଁ ପଛରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଲଟ କାରର ଚାଳକ ବ୍ରେକ୍ ମାରିଥିଲେ। ଏହାଫଳରେ ଦ୍ରୁତ ଗତିରେ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିମାଳାର କାର୍ ଗୁଡ଼ିକ ଗୋଟାଏ ପରେ ଗୋଟାଏ ପରସ୍ପର ସହ ପିଟି ହୋଇଥିଲେ। ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀମାନେ ତୁରନ୍ତ ଗାଡ଼ିରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ହାଲଚାଲ  ପଚାରି ବୁଝିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe