ଭାରତର ପ୍ରଥମ ରୋବଟ୍‌ ପୁଲିସ ‘କେପି-ବଟ୍‌’ର ଉଦ୍‌ଘାଟନ କଲେ କେରଳ ମୁଖ୍ୟମନ୍ତ୍ରୀ

ଭାରତର ପ୍ରଥମ ରୋବଟ୍‌ ପୁଲିସ ‘କେପି-ବଟ୍‌’ର ଉଦ୍‌ଘାଟନ କଲେ କେରଳ ମୁଖ୍ୟମନ୍ତ୍ରୀ

ତିରୁବନନ୍ତପୁରମ: ମଙ୍ଗଳବାର ଦିନ ତ୍ରିବାନ୍ଦ୍ରମ୍‌ ଠାରେ କେରଳ ପୁଲିସ ହେଡ୍‌କ୍ୱାଟର୍ସ ଠାରେ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌ ଭାରତର ପ୍ରଥମ ମାନବସଦୃଶ ରୋବଟ୍‌ ପୁଲିସ ‘କେପି-ବଟ୍‌’ର ଉଦ୍‌ଘାଟନ କରିଛନ୍ତି।

‘କେପି-ବଟ୍‌’ ପୁଲିସ ମୁଖ୍ୟାଳୟର ଅଭ୍ୟର୍ଥନା ଅଫିସ୍‌ ବା ଫ୍ରଣ୍ଟ୍‌ ଅଫିସ୍‌ରେ ଡିୟୁଟି କରିବ।

ସେ ଅଫିସ୍‌କୁ ଆସୁଥିବା ବିଭିନ୍ନ ଲୋକଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଭିନ୍ନ ଭିନ୍ନ ଜାଗା ବା ବିଭାଗକୁ ପଠାଇବ।

ଏହି ରୋବଟ୍‌ ପୁଲିସ କୌଣସି ମାନବସମ୍ବଳର ସ୍ଥାନ ନେବ ନାହିଁ ବରଂ ଏହା ଯୋଗାଯୋଗର ପ୍ରଥମ ସୋପାନ ଏବଂ ଆବଶ୍ୟକୀୟ ତଥ୍ୟ ଯୋଗାଡ଼ର ମାଧ୍ୟମ ହେବ। ଏହି ତଥ୍ୟକୁ ଆଧାର କରି ପୁଲିସ ସାମଗ୍ରିକ ସେବା ଏବଂ କାର୍ଯ୍ୟଦକ୍ଷତାର ମାନ ଉନ୍ନତ କରିବ।

ଏହି ଅବସରରେ ଅତିରିକ୍ତ ପୁଲିସ ମହାନିର୍ଦେଶକ ମନୋଜ ଆବ୍ରାହମ୍‌ କହିଲେ ନିକଟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌ର ବିକାଶ ଘଟିଥିବାରୁ ବିଜ୍ଞ ରୋବଟ୍‌ମାନଙ୍କର ଆଗମନ ଘଟିଲାଣି। ସେସବୁ ସୂଚନା ସହକାରୀ, ଶାରୀରିକ ସାହାଯ୍ୟକାରୀ, ସର୍ଭିଲେନ୍‌ସ୍‌ ଆଦି କାମ କରି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe