ପାଲେଷ୍ଟାଇନକୁ ପୁଣି ସମର୍ଥନ କଲେ କେରଳ ମୁଖ୍ୟମନ୍ତ୍ରୀ ବିଜୟନ୍

Advertisment
ପାଲେଷ୍ଟାଇନକୁ ପୁଣି ସମର୍ଥନ କଲେ କେରଳ ମୁଖ୍ୟମନ୍ତ୍ରୀ ବିଜୟନ୍

କୋଚି : କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପୁଣି ଥରେ ପାଲେଷ୍ଟାଇନକୁ ସମର୍ଥନ ଜଣାଇ କହିଛନ୍ତି ଯେ ଇସ୍ରାଏଲ ଭାରତକୁ ପାଲେଷ୍ଟାଇନ ବିରୋଧରେ ବ୍ୟବହାର କରୁଛି । ଏଣୁ ଭାରତ ଇସ୍ରାଏଲ ସହ ସାମରିକ ଏବଂ ପ୍ରତିରକ୍ଷା ଚୁକ୍ତି ବନ୍ଦ କରିବା ଉଚିତ୍ । ଇସ୍ରାଏଲ ପ୍ରତି ବିଜେପିର ନୀତିକୁ ଦେଶର ଆଭିମୁଖ୍ୟ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଶନିବାର (ନଭେମ୍ବର ୧୧) ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି, ଆମର ସମର୍ଥନ ପାଲେଷ୍ଟାଇନ୍ ସହ ରହିଛି। ଦୟାକରି ଇସ୍ରାଏଲକୁ ସମର୍ଥନ କରିବାକୁ ବିଜେପିର ନୀତିକୁ ଭାରତର ଆଭିମୁଖ୍ୟ ଭାବରେ ଗ୍ରହଣ କରନ୍ତୁ ନାହିଁ । ଭାରତ ଇସ୍ରାଏଲ ସହ ସାମରିକ ଓ ପ୍ରତିରକ୍ଷା ଚୁକ୍ତି ବନ୍ଦ କରିବା ଦରକାର। ଇସ୍ରାଏଲ ତରଫରୁ ପାଲେଷ୍ଟାଇନ ବିରୋଧରେ ଭାରତକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ।

ଏହା ପୂର୍ବରୁ ନଭେମ୍ବର ୭ ତାରିଖରେ କେରଳମ୍ ୨୦୨୩ ଉତ୍ସବର ସମାପନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିଜୟନ ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନଙ୍କ ପ୍ରତି ସମର୍ଥନ ଜଣାଇ କହିଥିଲେ ଯେ ଯେତେବେଳେ କିଛି ଲୋକ ଗଣହତ୍ୟା ଭଳି ଆକ୍ରମଣର ସମ୍ମୁଖୀନ ହେଉଛନ୍ତି ସେତେବେଳେ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରାଯାଇପାରିବ ନାହିଁ। ସେହିପରି ଗତ ମାସରେ କେରଳର ଏକ ସଭାରେ ହମାସ ନେତାଙ୍କ ଉଦବୋଧନକୁ ନେଇ ବଡ଼ ବିବାଦ ଦେଖାଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe