ବିନା ଔଷଧରେ ଆରୋଗ୍ୟ ହୋଇଛନ୍ତି କରୋନାଭାଇରସ୍‌ ସଂକ୍ରମିତ କେରଳୀ ବ୍ୟକ୍ତି: ବିଶେଷଜ୍ଞ

Advertisment
ବିନା ଔଷଧରେ ଆରୋଗ୍ୟ ହୋଇଛନ୍ତି କରୋନାଭାଇରସ୍‌ ସଂକ୍ରମିତ କେରଳୀ ବ୍ୟକ୍ତି: ବିଶେଷଜ୍ଞ

Image Source: Hindustan Times

ନୂଆଦିଲ୍ଲୀ: କରୋନାଭାଇରସ୍‌ ଦ୍ୱାରା ସଂକ୍ରମିତ ତିନି ଜଣ କେରଳୀ ବ୍ୟକ୍ତି ବିନା ଔଷଧରେ ଆରୋଗ୍ୟ ହୋଇଛନ୍ତି। ପରିଚୟ ଗୋପନ ରଖି ‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ ଦ୍ୱାରା ପରିଚାଳିତ ଏକ ଲାବ୍ରୋଟରିର ଜଣେ ବୈଜ୍ଞାନିକ ଏ କଥା କହିଛନ୍ତି। ସେ ପୁଣି କହିଛନ୍ତି କି ଯେ ‘ଏଚ୍‌ଆଇଭି’ ଏବଂ ‘ଏଡ୍‌ସ୍‌’ ଚିକିତ୍ସା ନିମନ୍ତେ ବ୍ୟବହାର ହେଉଥିବା ଦୁଇ ପ୍ରକାରର ‘ଆଣ୍ଟିରିଭ୍ରୋଟାଲ୍‌ ଡ୍ରଗ୍‌’ର ମିଶ୍ରଣରେ ପ୍ରସ୍ତୁତ ଔଷଧ ଭାରତ ପାଖରେ ଯଥେଷ୍ଟ ମହଜୁଦ ଅଛି। ସମ୍ପ୍ରତି ସମଗ୍ର ବିଶ୍ୱରେ ‘ସାର୍ସ-କୋଭି-୨’ ସଂକ୍ରମଣରେ ଏହି ଔଷଧ ବ୍ୟବହାର କରାଯାଉଛି।

ସେ ଆହୁରି କହିଛନ୍ତି ଯେ ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମିତ ରୋଗୀ ଚିକିତ୍ସା ନିମନ୍ତେ ଅନ୍ୟାନ୍ୟ ଔଷଧ ସହ ‘ଏଚ୍‌ଆଇଭି’-ନିରୋଧୀ ଔଷଧ ‘ଲୋପିନେଭିର୍‌’ ଏବଂ ‘ରିଟୋନେଭିର୍‌’ ନିର୍ଦ୍ଧାରିତ ପାନ ବ୍ୟବହାର କରାଯାଉଛି। କିନ୍ତୁ, ଭାରତରେ ଏପର୍ଯ୍ୟନ୍ତ ଏହାର ବ୍ୟବହାର ହୋଇନାହିଁ। ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତ ରୋଗୀମାନଙ୍କର କେବଳ ‘ସପୋର୍ଟିଭ୍‌ ଥେରାପି’ ବା ‘ସହାୟକ ଚିକିତ୍ସା’ କରାଯାଉଛି। ସେଥିରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହୁଥିବା ଜଣାପଡ଼ିଛି।

publive-image Image Source: Jagaran Josh

ବିଶ୍ୱର ଅନ୍ୟାନ୍ୟ ଗବେଷକମାନେ ମତ ଦେଇଛନ୍ତି ଯେ ଉପରୋକ୍ତ ଦୁଇଟି ଔଷଧର ମିଶ୍ରଣ କରୋନାଭାଇରସ୍‌ ଚିକିତ୍ସା କରାଇବାରେ କିଛି ପରିମାଣରେ ସଫଳତା ଦେଉଛି। କିନ୍ତୁ, ଏହାର ଅର୍ଥ ନୁହେଁ ଯେ ସେଥିରୁ ଶତପ୍ରତିଶତ ସଫଳତା ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe