ଗଲ୍‌ୱାନ୍ ସଂଘର୍ଷ ପରେ କେରଳରେ ଥିବା ‘ଚାଇନା ଜଙ୍କ୍‌ସନ୍’ ନାମ ପରିବର୍ତ୍ତନ ଲାଗି ପଞ୍ଚାୟତ ସମିତିରେ ବିବାଦ

Advertisment
ଗଲ୍‌ୱାନ୍ ସଂଘର୍ଷ ପରେ କେରଳରେ ଥିବା ‘ଚାଇନା ଜଙ୍କ୍‌ସନ୍’ ନାମ ପରିବର୍ତ୍ତନ ଲାଗି ପଞ୍ଚାୟତ ସମିତିରେ ବିବାଦ

Image Courtesy of The Times of India

କୋଟ୍ଟାୟମ୍: କେରଳର କୋନ୍ନି ସହରରେ ଥିବା ଜନପ୍ରିୟ ଜଙ୍କ୍‌ସନ୍ ‘ଚାଇନା ମୁକ୍କୁ’ର (ଚାଇନା ଜଙ୍କ୍‌ସନ୍) ନାଁ ବଦଳାଇବା ପ୍ରସ୍ତାବକୁ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ କମିଟିର କିଛି ସଦସ୍ୟ ବିରୋଧ କରିଛନ୍ତି।

ଏହି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ସର୍ବସମ୍ମତ ଅନୁମୋଦନ ପାଇବାକୁ କଂଗ୍ରେସ୍ ଆଧିପତ୍ୟ ପଞ୍ଚାୟତ ସମିତି ବିଫଳ ହୋଇଛି। ୧୮ଜଣିଆ ପଞ୍ଚାୟତ ସମିତିରେ ୟୁଡିଏଫ୍‌ର ୧୩ ଜଣ ଏବଂ ଏଲ୍‌ଡିଏଫ୍‌ର ୫ଜଣ ସଦସ୍ୟ ଅଛନ୍ତି। ଏହି ମାମଲାର ସମାଧାନ ପାଇଁ ପଞ୍ଚାୟତ ଅଧ୍ୟକ୍ଷ ରେଜାନି ଏମ୍ ସ୍ଥାନୀୟ କଂଗ୍ରେସ ନେତୃତ୍ବଙ୍କ ପାଖରେ ନିବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ଆସନ୍ତା ସପ୍ତାହରେ କଂଗ୍ରେସ ସଦସ୍ୟଙ୍କ ସାଂସଦୀୟ ଦଳ ବୈଠକ ଡାକିଛନ୍ତି।

ଗଲ୍‌ୱାନ୍ ଉପତ୍ୟକାରେ ସଂଘର୍ଷ ପରେ ‘ଚାଇନା ମୁକ୍କୁ’ର ନାମ ପରିବର୍ତ୍ତନ ପ୍ରସ୍ତାବନା ପାଇଁ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପ୍ରବୀଣ ପ୍ଲାଭିଲାୟିଲ୍ ଅଧ୍ୟକ୍ଷଙ୍କୁ ନୋଟିସ୍ ଦେଇଥିଲେ।

ପଞ୍ଚାୟତ ଅଧ୍ୟକ୍ଷ କହିଛନ୍ତି, ନାମ ପରିବର୍ତ୍ତନ ସଂକ୍ରାନ୍ତରେ ଆମେ କିଛି ନିଷ୍ପତ୍ତି ନେଇ ନାହୁଁ। କିନ୍ତୁ, ଆମେ ଅନୁଭବ କରୁଛୁ ନାଁ ବଳଦିଲେ ସର୍ବସାଧାରଣ ଅନେକ ଅସୁବିଧାରେ ସମ୍ମୁଖୀନ ହେବେ। ଆଧାର, ରେସନ ଏବଂ ଅନ୍ୟାନ୍ୟ ଦଲିଲପତ୍ରରେ ଲୋକମାନଙ୍କୁ ଠିକଣା ବଦଳାଇବାକୁ ପଡ଼ିବ। ଏହାଛଡ଼ା କୌଣସି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ପଞ୍ଚାୟତ ସମିତିର ଅଧିକାର ନାହିଁ।

ସମିତିର ଅନ୍ୟତମ କଂଗ୍ରେସ ସଦସ୍ୟ ଦୀନାମ୍ମା ରୟ କହିଛନ୍ତି, ଅନ୍ୟମାନଙ୍କ ସହ ଆଲୋଚନା ନ କରି ଉପାଧ୍ୟକ୍ଷ ଚିଠି ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe