ଜୁଲାଇ ୨୦୨୧ ଯାଏଁ କୋଭିଡ୍ କଟକଣା ବଢ଼ାଇଲା କେରଳ: ବର୍ଷେ ପର୍ଯ୍ୟନ୍ତ ଲୋକେ ପିନ୍ଧିବେ ମାସ୍କ୍‌; ସାମାଜିକ ସମାବେଶ ନିଷେଧ

Advertisment
ଜୁଲାଇ ୨୦୨୧ ଯାଏଁ କୋଭିଡ୍ କଟକଣା ବଢ଼ାଇଲା କେରଳ: ବର୍ଷେ ପର୍ଯ୍ୟନ୍ତ ଲୋକେ ପିନ୍ଧିବେ ମାସ୍କ୍‌; ସାମାଜିକ ସମାବେଶ ନିଷେଧ

Image Courtesy of India Today

ତିରୁବନନ୍ତପୁରମ୍: କରୋନାଭାଇରସ୍‌ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଓ ବିସ୍ତାର ସୀମିତ କରିବା ଉଦ୍ଦେଶ୍ୟରେ ରବିବାର ଦିନ କେରଳ ସରକାର ରାଜ୍ୟ ମହାମାରୀ ରୋଗ ଅଧ୍ୟାଦେଶ ସଂ‌ଶୋଧନ କରି ବର୍ଷେ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ ନିୟନ୍ତ୍ରଣ ନିୟମ ଲାଗୁ କରିଛନ୍ତି।

କେରଳରେ କରୋନାଭାଇରସ୍ ମାମଲା କ୍ରମଶଃ ବୃଦ୍ଧି ପାଉଥିବାରୁ, ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ‘କେରଳ ଏପିଡେମିକ୍ ଡିଜିଜ୍ କୋରୋନଭାଇରସ୍ ଡିଜିଜ୍ (କୋଭିଡ୍-୧୯) ଆଡିସ୍‌ନାଲ୍ ରେଗୁଲେସନ୍, ୨୦୨୦’ ନାମରେ ଜଣା ଏହି କଟକଣା ଏକ ବର୍ଷ ଅର୍ଥାତ୍ ଜୁଲାଇ ୨୦୨୧ କିଂବା ପରବର୍ତ୍ତୀ ସରକାରୀ ନିର୍ଦେଶ ଯାଏଁ ଲାଗୁ ରହିବ।

publive-image Image Courtesy of Deccan Herald

ଏହାର ଅର୍ଥ ହେଉଛି, ଜୁଲାଇ ୨୦୨୧ ଯାଏଁ ଲୋକେ ମାସ୍କ୍‌ ପିନ୍ଧିବେ, ଲୌକିକ ଦୂରତା ବଜାୟ ରଖିବ‌େ ଏବଂ ବିଶାଳ ସମାବେଶ ଆୟୋଜନ କରିବେ ନାହିଁ। ମାସ୍କ ନ ପିନ୍ଧିଲେ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିବ।

ନୂତନ କଟକଣା ପ୍ରବର୍ତ୍ତନ ବିଷୟରେ ସୁନିଶ୍ଚିତ ହେବାକୁ ଜିଲ୍ଲା କଲେକ୍ଟର୍‌ମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହି ନିମୟ ଉଲ୍ଲଂଘନ କେରଳ ମହାମାରୀ ରୋଗ ଅଧ୍ୟାଦେଶ ୨୦୨୦ ବ୍ୟବସ୍ଥା ଅଧୀନରେ ଦଣ୍ଡନୀୟ ଅଟେ।

କେରଳ ରାଜ୍ୟର ବାର୍ଷିକ କଟକଣା ସବୁ ହେଉଛି- ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ବିବାହ ଉତ୍ସବରେ ପଚାଶରୁ ଅଧିକ ବ୍ୟକ୍ତି ଏକତ୍ର ହେବେନାହିଁ, ଶବସତ୍କାରରେ କୋଡ଼ିଏରୁ ଅଧିକ ବ୍ୟକ୍ତି ଯୋଗ ଦେବେନାହିଁ, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଲିଖିତ ଅନୁମତି ବିନା କୌରସି ସାମାଜିକ ସମାବେଶ ହେବନାହିଁ, ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ସର୍ବନିମ୍ନ କର୍ମଚାରୀ ଓ ଗ୍ରାହକ ରହିବେ, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ମନା, ଅନ୍ୟ ରାଜ୍ୟରୁ କେରଳକୁ ଆସୁଥିବା ‌ବ୍ୟକ୍ତିବିଶେଷ ‘କୋଭିଡ୍-୧୯ ଜାଗ୍ରତ ଇ-ପ୍ଲାଟ୍‌ଫର୍ମରେ ପଞ୍ଜିକରଣ କରିବେ ଏବଂ ଆନ୍ତଃ-ରାଜ୍ୟ ସଡ଼କ ପରିବହନ ବନ୍ଦ  ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe