୯୪ଟଙ୍କା ନେଇ ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ପାଇଁ ପହଞ୍ଚିଥିଲା ଏହି ଭିକାରି

୯୪ଟଙ୍କା ନେଇ ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ପାଇଁ ପହଞ୍ଚିଥିଲା ଏହି ଭିକାରି

ନୂଆଦିଲ୍ଲୀ : କେରଳ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା କରିବା ପାଇଁ ସାରା ଭାରତ ଏକ ହୋଇଯାଇଛି। ସାଧାରଣ ଲୋକମାନଙ୍କଠାରୁ ଆରମ୍ଭ କରି ସରକାର ଓ କର୍ପୋରେଟ ହାଉସ ସମସ୍ତେ ସହାୟତାର ହାତ ବଢାଇଛନ୍ତି । ଅଟୋମୋବାଇଲ କମ୍ପାନିମାନେ ମଧ୍ୟ ଲୋକମାନଙ୍କୁ ସହାୟତା କରିବାକୁ ମାଗଣା ସର୍ଭିସିଂ ସୁବିଧା ପ୍ରଦାନ କରୁଛନ୍ତି । ଏହି କ୍ରମରେ ଏମିତି ଜଣେ ବ୍ୟକ୍ତି ସହାୟତାର ହାତ ବଢ଼ାଇଛି ଯାହା ପାଖରେ ମୁଣ୍ଡ କୁଞ୍ଜିବା ପାଇଁ ଛାତଟିଏ ନାହିଁ। ଭିକି ମାଗି ଏକାଠି କରିଥିବା ୯୪ଟଙ୍କା ସେ ବନ୍ୟା ପ୍ରପୀଡିତଙ୍କ ସାହାଯ୍ୟ ପାଇଁ ଦାନ କରିଛି।

publive-image

ଇରାଟ୍ଟପେଟା ନଗରପାଳିକାର ପୂର୍ବ ଅଧ୍ୟକ୍ଷ ଟିଏମ୍‌ ରସିଦ ଫେସ୍‌ବୁକ୍‌ ଜରିଆରେ କହିଛନ୍ତି, କିଭଳି ଭାବେ ଜଣେ ଭିକାରି ୯୪ଟଙ୍କା କେରଳ ବନ୍ୟା ପ୍ରପୀଡିତଙ୍କ ପାଇଁ ସାହାଯ୍ୟ କରିଛି। କୋଟ୍ଟୟମରେ ରହୁଥିବା ମୋହନନ ଚାରି କିଲୋମିଟର ରାସ୍ତାରେ ଚାଲି ତାଙ୍କ ଘରେ ପହଞ୍ଚିଥିଲା। ଘର ଶିଢ଼ିରେ ବସି ମୋହନ ନିଜ କଏନ୍‌ ଗଣିବା ଆରମ୍ଭ କରିଥିଲା। ମୋହନନ ୯୪ଟଙ୍କା ଦେଇ କହିଥିଲା କି ସେ ବନ୍ୟା ପ୍ରପୀଡିତଙ୍କୁ କେବଳ ଏତିକି ହିଁ ସାହାଯ୍ୟ କରି ପାରି। ଏହି ଟଙ୍କାଙ୍କୁ ବନ୍ୟା ପ୍ରପୀଡିତଙ୍କ ସାହାଯ୍ୟରେ ଲଗାଇ ଦିଆଯାଉ ବୋଲି ଅନୁରୋଧ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe