କେରଳ ବନ୍ୟା ଦୁର୍ଗତଙ୍କୁ ଦୈନିକ ୫୦ ହଜାର ରୁଟି ଯୋଗାଉଛନ୍ତି ଥିରୁବନନ୍ତପୁରମ କେନ୍ଦ୍ରୀୟ କାରାଗାରର କଏଦୀ

Advertisment
କେରଳ ବନ୍ୟା ଦୁର୍ଗତଙ୍କୁ ଦୈନିକ ୫୦ ହଜାର ରୁଟି ଯୋଗାଉଛନ୍ତି ଥିରୁବନନ୍ତପୁରମ କେନ୍ଦ୍ରୀୟ କାରାଗାରର କଏଦୀ

ଥିରୁବନନ୍ତପୁରମ୍‌ (କେରଳ): ବନ୍ୟାକ୍ଲୀଷ୍ଟ କେରଳର ବନ୍ୟା ଦୁର୍ଗତଙ୍କ ଆଡ଼କୁ ସମସ୍ତେ ନିଜ ନିଜ ବାଟରେ ସାହାଯ୍ୟର ହାତ ବଢ଼ାଇବା ପାଇଁ ଏବେ ଆଗେଇ ଆସିଛନ୍ତି। ଏ ପରିସ୍ଥିତିରେ କେରଳର ଥିରୁବନନ୍ତପୁରମ କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଜୀବନ ବିତାଉଥିବା କଏଦୀମାନେ ମଧ୍ୟ କିଛି ପଛରେ ପଡ଼ିଯାଇ ନାହାନ୍ତି।

ଚଳିତ ପ୍ରଳୟଙ୍କରୀ ବନ୍ୟାରେ ନିଜର ସବୁକିଛି ହରାଇ ଏବେ ପ୍ରାୟ ୭ ଲକ୍ଷରୁ ଅଧିକ କେରଳବାସୀ ଆଶ୍ରୟ ନେଇଛନ୍ତି ସହସ୍ରାଧିକ ବନ୍ୟା ରିଲିଫ୍‌ କ୍ୟାମ୍ପରେ। ବନ୍ୟା ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଥିବା ବନ୍ୟା ଦୁର୍ଗତଙ୍କ ପେଟକୁ ଆହାର ଯୋଗାଇବାରେ ନିଜକୁ ନିୟୋଜିତ କରିଛନ୍ତି ଥିରୁବନନ୍ତପୁରମ କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଜୀବନ ବିତାଉଥିବା କଏଦୀମାନେ। ଏମାନେ ପ୍ରତିଦିନ ୪୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ରୁଟି ପ୍ରସ୍ତୁତ କରିବା ସହ ସେସବୁକୁ ପଠାଉଛନ୍ତି ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଥିବା ବନ୍ୟା ଦୁର୍ଗତଙ୍କ ନିକଟକୁ।

publive-image

ଥିରୁବନନ୍ତପୁରମ କେନ୍ଦ୍ରୀୟ କାରାଗାରର ଜନୈକ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏହି କାର୍ଯ୍ୟକୁ କଏଦୀମାନେ ଅତ୍ୟନ୍ତ ଆଗ୍ରହର ସହ ତୁଲାଉଛନ୍ତି। କେନ୍ଦ୍ରୀୟ କରାଗାରର ଚପାତି (ରୁଟି) ୟୁନିଟ ଦାୟିତ୍ୱରେ ଥିବା ପ୍ରାୟ ୫୦ ଜଣ କଏଦୀ ଦିନ ରାତି ପରିଶ୍ରମ କରି ଏହି ରୁଟି ସବୁକୁ ପ୍ରସ୍ତୁତ କରୁଛନ୍ତି। ଏବଂ ପରେ ଅନ୍ୟ କଏଦୀମାନେ ଏହାକୁ ସୁନ୍ଦର ଭାବେ ପୁଡ଼ିଆ କରି ପ୍ୟାକେଟ କରୁଛନ୍ତି। ପରେ କଏଦୀମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ରୁଟି ପ୍ୟାକେଟ ସବୁ ବନ୍ୟା ଦୁର୍ଗତଙ୍କ ମଧ୍ୟରେ ବିତରଣ ପାଇଁ ପ୍ରଶାସନର ଅଧିକାରୀମାନଙ୍କୁ ହସ୍ତାନ୍ତର କରି ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe