ବନ୍ୟା ରିଲିଫ୍‌ ପାଣ୍ଠିକୁ ୧. ୫ ଲକ୍ଷ ଟଙ୍କା ଦେଲେ ମାଛ ବିକି ସୋସିଆଲ୍‌ ମିଡିଆରେ ସମାଲୋଚିତ କେରଳୀ କଲେଜ ଝିଅ

Advertisment
ବନ୍ୟା ରିଲିଫ୍‌ ପାଣ୍ଠିକୁ ୧. ୫ ଲକ୍ଷ ଟଙ୍କା ଦେଲେ ମାଛ ବିକି ସୋସିଆଲ୍‌ ମିଡିଆରେ ସମାଲୋଚିତ କେରଳୀ କଲେଜ ଝିଅ

ତିରୁବନନ୍ତପୁରମ୍‌: ପଢ଼ା ଖର୍ଚ୍ଚ ଉଠାଇବା ପାଇଁ କଲେଜ ସମୟ ପରେ ମାଛ ବିକ୍ରୟ କରୁଥିବା ୨୧ ବର୍ଷୀୟ କଲେଜ ଝିଅ, ଯାହାକୁ ଲୋକେ ସାମାଜିକ ଗଣମାଧ୍ୟମରେ ବହୁତ ଛିଗୁଲାଇଥିଲେ, ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠିକୁ ଦେଢ଼ ଲକ୍ଷ ଟଙ୍କା ଦାନ କରିଛନ୍ତି।

କୋଚିର କଲେଜ ଝିଅ ହାନନ୍‌ କହନ୍ତି: ପଢ଼ା ଓ ପରିବାରର ତତ୍ତ୍ୱ ନେବା ପାଇଁ ତାଙ୍କର ଉଦ୍ୟମ କଥା ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାର ହେବା ପରେ ବିଭିନ୍ନ ଲୋକେ ଦାନ କରିଥିବା ଅର୍ଥରୁ ସେ ରିଲିଫ୍‌ ଫଣ୍ଡ୍‌କୁ ଦେଇ ଦେଇଛନ୍ତି।

ସେ କହନ୍ତି: ମୁଁ ଲୋକମାନଙ୍କ ଠାରୁ ଏ ଅର୍ଥ ରାଶି ପାଇଥିଲି, ଅବସ୍ଥାରେ ଥିବା ଲୋକମାନଙ୍କୁ ତାହା ଦାନ କରି ମୁଁ ଆନନ୍ଦିତ।

ଇଡୁକ୍କି ଜିଲ୍ଲା ଅନ୍ତର୍ଗତ ତୋଡୁପୁଝାସ୍ଥିତ ଏକ ଘରୋଇ କଲେଜରେ +୩ ବିଜ୍ଞାନ ଛାତ୍ରୀ ହାନନ୍‌ଙ୍କ ଜୀବନ ସଂଗ୍ରାମ ବିଷୟ ଏକ ମାଲୟାଲୀ ଦୈନିକରେ ପ୍ରକାଶିତ ହେବା ପରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା।
କିନ୍ତୁ, ଥୋକେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ତାଙ୍କ ଜୀବନ ସଂଗ୍ରାମ ବିଷୟରେ ସନ୍ଦେହ କରି ଏହାକୁ ମିଥ୍ୟା ବୋଲି ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe