କେରଳ ସୁନା ଚୋରା ଚାଲାଣ ମାମଲା : ମନି ଲଣ୍ଡ୍ରିଂ ମାମଲା ରୁଜୁ କଲା ଇଡି

କେରଳ ସୁନା ଚୋରା ଚାଲାଣ ମାମଲା : ମନି ଲଣ୍ଡ୍ରିଂ ମାମଲା ରୁଜୁ କଲା ଇଡି

ddnews.gov.in

ନୂଆଦିଲ୍ଲୀ : କେରଳ ସୁନା ଚୋରା ଚାଲାଣ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ଏନ୍‌ଆଇଏ ଉକ୍ତ ମାମଲାରେ ତଦନ୍ତ କରୁଥିବା ବେଳେ ଇଡି ଏବେ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି। ଉକ୍ତ ଘଟଣାରେ ଇଡି ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଛି। ପିଏମ୍‌ଏଲଏ ଅଧୀନରେ ଏହି ମାମଲା ରୁଜୁ ହୋଇଛି। ମାମଲାରେ ଅନ୍ୟ ଅଜ୍ଞାତ ସନ୍ଦିଗ୍ଧଙ୍କ ମଧ୍ୟରେ ୪ ଜଣଙ୍କୁ ସେମାନଙ୍କ ନାମ ଅନୁଯାୟୀ ଚିହ୍ନଟ କରାଯାଇଛି। ଏଯାବତ୍‌ ଏହି ମାମଲାରେ ୩ ଜଣ ଗିରଫ ହୋଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ତଦନ୍ତକାରୀଙ୍କ ଇଣ୍ଟରପୋଲ୍‌ ବ୍ଲୁ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ହା ଜଣାପଡ଼ିଥିଲା ଯେ, କିଛି ଗୋଷ୍ଠୀ ୟୁଏଇରୁ କେରଳକୁ ଟଙ୍କା ଚୋରା ଚାଲାଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ତେବେ ଉକ୍ତ ଘଟଣାର ପର୍ଦ୍ଦାଫାସ ‌ହେବାପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମାମଲାର ବିସ୍ତୃତ ତଦନ୍ତ ପାଇଁ ଏହାକୁ କଷ୍ଟମ୍‌ସ ବିଭାଗରୁ ଏନ୍‌ଆଇଏକୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe