କେରଳ ସୁନା ଚୋରାଚାଲାଣ ମାମଲା : ମୁଖ୍ୟମନ୍ତ୍ରୀ ସବୁ ଜାଣିଥିଲେ!

Advertisment
କେରଳ ସୁନା ଚୋରାଚାଲାଣ ମାମଲା : ମୁଖ୍ୟମନ୍ତ୍ରୀ ସବୁ ଜାଣିଥିଲେ!

ନୂଆଦିଲ୍ଲୀ : କେରଳ ସୁନା ଚୋରା ଚାଲାଣ ପ୍ରସଙ୍ଗରେ ସୀମାଶୁଳ୍କ ବିଭାଗ ପକ୍ଷରୁ ଆଜି କେରଳ ହାଇକୋର୍ଟରେ ଅତି ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖାଯାଇଛି। ୟୁଏଇ (ୟୁନାଇଟେଡ୍‌ ଆରବ ଏମିରେଟ୍ସ) ଦେଇ ସୁନା ଚୋରାଚାଲାଣ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ଅନ୍ୟ ୩ ଜଣ ମନ୍ତ୍ରୀ ଏବଂ ବାଚସ୍ପତି ସବୁକଥା ଅବଗତ ଥିଲେ ଏବଂ ସେମାନଙ୍କ ଜାଣତରେ ହିଁ ସବୁକିଛି ଚାଲିଥିଲା ବୋଲି ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶ ବୟାନ ଦେଇଛନ୍ତି। ବୟାନ ଆଧାରରେ ସୀମା ଶୁଳ୍କ ବିଭାଗ କୋର୍ଟରେ ସତ୍ୟପାଠ ଦାଖଲ ସହ ତଥ୍ୟ ଉପସ୍ଥାପନ କରିଛି।

ସ୍ବପ୍ନା ଅଭିଯୋଗ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପୁର୍ବତନ ସଚିବ ଏବଂ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଏଥିରେ ସିଧାସଳଖ ଭାବେ ସମ୍ପୃକ୍ତ। ଯେହେତୁ ସେ ଆରବିକ୍‌ ଜାଣିଛନ୍ତି ସେଥିପାଇଁ ପ୍ରତି ବୈଠକରେ ‌ତାଙ୍କୁ ସେମାନଙ୍କ ବାର୍ତ୍ତାଳାପ ଅନୁବାଦ କରିବାକୁ କୁହାଯାଏ। ମୁଖ୍ୟମନ୍ତ୍ରୀ, ୩ ମନ୍ତ୍ରୀ ଏବଂ ବାଚସ୍ପତିଙ୍କ ଭୂମିକା ଏବେ ସନ୍ଦେହ ଘେରକୁ ଆସିଥିବାରୁ ଏହି ପ୍ରସଙ୍ଗରେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଛି। ସୀମାଶୁଳ୍କ ବିଭାଗ କମିସନର ସୁମିତ କୁମାର ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ସ୍ବପ୍ନାଙ୍କ ବୟାନର ରେକର୍ଡ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe