ଶିକ୍ଷକ ଓ ସରକାରୀ କର୍ମଚାରୀଙ୍କୁ ଏହି ରାଜ୍ୟ ସରକାର ଦେବେ ୪ ହଜାର ଟଙ୍କାର ବୋନସ୍

Advertisment
ଶିକ୍ଷକ ଓ ସରକାରୀ କର୍ମଚାରୀଙ୍କୁ ଏହି ରାଜ୍ୟ ସରକାର ଦେବେ ୪ ହଜାର ଟଙ୍କାର ବୋନସ୍

ତିରୁ୍ଅନନ୍ତପୁରମ: କରୋନା ସଙ୍କଟ ମଧ୍ୟରେ ରାଜସ୍ବ ହ୍ରାସ ହୋଇଥିଲେ ବି କେରଳ ସରକାର ସରକାରୀ କର୍ମଚାରୀ ଓ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ଉପହାର ଦେଇଛନ୍ତି। ଓନାମ୍ ପର୍ବ ପାଇଁ ସରକାର କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି। ଏକ ଆଦେଶ ଅନୁଯାୟୀ, ଯେଉଁମାନଙ୍କର ଦରମା ୨୭,୩୬୦ ଟଙ୍କା ରହିଛି, ସେମାନଙ୍କୁ ପାଇଁ ସରକାର ୪୦୦୦ ଟଙ୍କା ବୋନସ ପ୍ରଦାନ କରିବେ। ୨୭,୩୬୦ରୁ ଅଧିକ ବେତନ ଥିବା କର୍ମଚାରୀଙ୍କୁ ୨୭୫୦ ଟଙ୍କା ଉତ୍ସବ ଭତ୍ତା ଦିଆଯିବ | ଓନାମ୍ ପର୍ବ ୨୨ ଅଗଷ୍ଟରୁ ଆରମ୍ଭ ହୋଇ ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ |


ଏହା ଭଗବାନ ବିଷ୍ଣୁଙ୍କର ବାମନ ଅବତାର ଓ ମହାବଳୀଙ୍କ ସ୍ମୃତି ବହନ କରୁଥିବା ପର୍ବ ହୋଇଥିବାବେଳେ ଦଶଦିନ ବ୍ୟାପି ପାଳନ କରାଯାଏ । ଏଇ ପର୍ବରେ ମହିଳା ଓ ଝିଅମାନେ ନାଚ ଗୀତରେ ମସଗୁଲ ହେଉଥିବାବେଳେ ପୁରୁଷମାନେ ସନ୍ତରଣ ଓ ନୌକାଚାଳନା ପ୍ରତିଯୋଗିତାରେ ଭାଗ ନେଇଥାନ୍ତି | ଏଠାରେ ସୂଚନା ଥାଉ କି ଓଡ଼ିଶା ସରକାର ମଧ୍ୟ ଶିକ୍ଷକମାନଙ୍କୁ ପଦୋନ୍ନତି ଦେବାକୁ ଘୋଷଣା କରିଥିଲେ | ରାଜ୍ୟର ୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ଦିଆଯିବ। ଏହି ପ୍ରକ୍ରିୟା ଚଳିତ ମାସ ସୁଦ୍ଧା ‌ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe