ସରକାରୀ କର୍ମଚାରୀଙ୍କ ସାମୟିକ ଦରମା କାଟ ଅଧ୍ୟାଦେଶରେ ସ୍ବାକ୍ଷର କଲେ କେରଳର ରାଜ୍ୟପାଳ

Advertisment
ସରକାରୀ କର୍ମଚାରୀଙ୍କ ସାମୟିକ ଦରମା କାଟ ଅଧ୍ୟାଦେଶରେ ସ୍ବାକ୍ଷର କଲେ କେରଳର ରାଜ୍ୟପାଳ

Image Source: Hindustan Times

ତିରୁବନନ୍ତପୁରମ୍: କରୋନାଭାଇରସ୍ ମହାମାରୀ ସଂଗ୍ରାମ ପାଇଁ ପାଣ୍ଠି ନିମନ୍ତେ ସରକାରୀ କର୍ମଚାରୀଙ୍କ ଦରମା କାଟିବାକୁ କେରଳ ସରକାର ଆଗତ କରିଥିବା ଅଧ୍ୟାଦେଶରେ ଗୁରୁବାର ଦିନ ରାଜ୍ୟପାଳ ଅରିଫ୍ ମହମ୍ମଦ ଖାଁ ସ୍ବାକ୍ଷର କରିଛନ୍ତି।

ଏହି ଅଧ୍ୟାଦେଶକୁ ନାମଞ୍ଜୁର କରିବା ନିମନ୍ତେ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟପାଳଙ୍କୁ ଅନୁରୋଧ କରି‌ଥିଲେ। ବିରୋଧୀ ଦଳମାନେ କହିଥିଲେ ଯେ ଅଦାଲତରୁ ବାଧା ପାଇବା ପରେ କେରଳ ସରକାର କର୍ମଚାରୀଙ୍କ ଉପରେ ପ୍ରତିଶୋଧ ନେଉଛି।

publive-image Image Source: Hindustan Times

ଆଗାମୀ ୫ ମାସ ପାଇଁ ପ୍ରତି ମାସରୁ ୬ ଦିନର ଦରମା କାଟିବାକୁ ରାଜ୍ୟ ସରକାର ଦେଇଥିବା ଆଦେଶ ଉପରେ କେରଳ ହାଇକୋର୍ଟ ରହିତାଦେଶ ଜାରି କରିବାରୁ ସରକାର ବାଧ୍ୟ‌ ହୋଇ ଅଧ୍ୟାଦେଶ ଆଗତ କରିଥିଲେ। ଆର୍ଥିକ ନିଅଣ୍ଟ ଯୋଗୁଁ ସରକାରୀ କର୍ମଚାରୀଙ୍କ ସମୁଦାୟ ୩୦ ଦିନର ଦରମା କାଟି ୨, ୦୦୦ କୋଟି ଟଙ୍କା ବଞ୍ଚାଇବାକୁ କେରଳ ସରକାର ଯୋଜନା କରିଛନ୍ତି।

ରାଜ୍ୟ ଅର୍ଥମନ୍ତ୍ରୀ ଟୋମାସ୍ ଆଇଜାକ୍ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସ୍ବାଗତ କରି କହିଛନ୍ତି, ଏହା ଉପରେ ବଡ଼ଧରଣର ବିବାଦ ଉଠିବା ଦୁଃଖର ବିଷୟ। କଥା ସେଇଠି ତୁଟାଇ ଦେବାର ଥିଲା। ବିରୋଧୀମାନେ ମଧ୍ୟ କର୍ମଚାରୀଙ୍କ ସଂଗଠନକୁ ଉସ୍‌କାଇଦେଲେ। କିନ୍ତୁ, ଦରମା କାଟ ସାମୟିକ ବ୍ୟବସ୍ଥା ମାତ୍ର।

ଏହି ଅଧ୍ୟାଦେଶ ବିରୋଧରେ ସୁପ୍ରିମ୍ କୋର୍ଟରେ ଆବେଦନ କରାଯିବ ବୋଲି କର୍ମଚାରୀ ସଂଗଠନମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe