ସମଲିଙ୍ଗୀ ଦମ୍ପତିଙ୍କୁ ଏକାଠି ରହିବାକୁ ଅନୁମତି ଦେଲେ କେରଳ ହାଇକୋର୍ଟ

Advertisment
ସମଲିଙ୍ଗୀ ଦମ୍ପତିଙ୍କୁ ଏକାଠି ରହିବାକୁ ଅନୁମତି ଦେଲେ କେରଳ ହାଇକୋର୍ଟ

କୋଚି: ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି କେରଳ ହାଇକୋର୍ଟ ମଙ୍ଗଳବାର ଦିନ ଏକ ସମଲିଙ୍ଗୀ ଦମ୍ପତିଙ୍କୁ ଏକାଠି ରହିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ରିପୋର୍ଟରୁ ପ୍ରକାଶ, ସମଲିଙ୍ଗୀ ଦମ୍ପତି ଆଧିଲା ନାସରିନ୍‌ ଏବଂ ଫାଥିମା ନୁରାଙ୍କୁ; ଅଧିଲାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ହାବିୟସ୍‌ କର୍ପସ୍‌ ଆବେଦନର ଶୁଣାଣି କରି କେରଳ ହାଇକୋର୍ଟ ମଙ୍ଗଳବାର ଦିନ ସେମାନଙ୍କୁ ଏକାଠି ରହିବାକୁ ଅନୁମତି ଦେଇଛନ୍ତି।

ଅଧିଲା ଅଭିଯୋଗ କରଥିଲେ ଯେ ତାଙ୍କ ସାଥୀ ଫାଥିମାଙ୍କୁ ଗତ ସପ୍ତାହରେ ତାଙ୍କ ସମ୍ପର୍କୀୟମାନେ ଅପହରଣ କରି ନେଇଥିଲେ। ସେ ଏ ସମ୍ପର୍କରେ ପୂର୍ବରୁ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ। ହେଲେ, ପୁଲିସ୍‌ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ନ ଦେବାରୁ ସେ ସେ କେରଳ ହାଇକୋର୍ଟରେ ଏକ ଏକ ହାବିୟସ୍‌ କର୍ପସ୍‌ ଆବେଦନ ଆଗତ କରିଥିଲେ।
ମାମଲାର ବିବରଣୀରୁ ପ୍ରକାଶ, ୨୨ ବର୍ଷ ବୟସ୍କା ଆଧିଲା ଏବଂ ୨୩ ବର୍ଷ ବୟସ୍କା ଫାଥିମାଙ୍କ ମଧ୍ୟରେ ସାଉଦି ଆରବରେ ଛାତ୍ର ଦିନରେ ସାକ୍ଷାତ ହୋଇଥିଲା ଏବଂ ପରେ ସେମାନେ ଅଦାଲତରେ ଦାଖଲ ହୋଇଥିବା ଆବେଦନ ଅନୁଯାୟୀ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସମ୍ପର୍କୀୟମାନେ ସେମାନଙ୍କ ସମ୍ପର୍କକୁ ବିରୋଧ କରିଥିଲେ।

publive-image Image Courtesy: News Live

‘ମେ ୧୯ ତାରିଖରେ, ମୁଁ କୋଜିକୋଡରେ ପହଞ୍ଚି ଫାଥିମାଙ୍କୁ ଭେଟିଥିଲି। କିଛି ଦିନ ଧରି ଆମେ କୋଜିକୋଡର ଏକ ଆଶ୍ରୟ ଗୃହରେ ରହୁଥିଲୁ, କିନ୍ତୁ ସମ୍ପର୍କୀୟମାନେ ଆମକୁ ସେହି ସ୍ଥାନରେ ଠାବ କରିବା ପରେ ପୁଲିସ ଏଥିରେ ହସ୍ତକ୍ଷେପ କରିଥିଲା’ ବୋଲି ଆଧିଲା ଆବେଦନରେ କହିଛନ୍ତି।

ଆଧିଲାଙ୍କ ସମ୍ପର୍କୀୟମାନେ ଏହି ଦମ୍ପତିଙ୍କୁ କୋଜିକୋଡରୁ ଆଲୁଭା ନେଇଥିଲେ ଏବଂ କିଛି ଦିନ ପରେ ଫାଥିମାଙ୍କ ସମ୍ପର୍କୀୟମାନେ ଆଲୁଭାରେ ପହଞ୍ଚି ତାଙ୍କୁ ବଳପୂର୍ବକ କୋଜିକୋଡକୁ ନେଇ ଯାଇଥିଲେ। ଏହି ଦମ୍ପତି ଏକ ଏନଜିଓ ସମର୍ଥନରେ କୋଜିକୋଡରେ ରହୁଥିଲେ। କେରଳ ହାଇକୋର୍ଟ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରି ସମଲିଙ୍ଗୀ ଦମ୍ପତିଙ୍କୁ ଏକାଠି ରହିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe