ଦେଶରେ ବୋଲ ମାନୁନି କରୋନା: ହୁ ହୁ ହୋଇ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା, କେରଳ କରୋନାର ହଟସ୍ପଟ୍

ମହାରାଷ୍ଟ୍ରରେ ୪୮୫, ଦିଲ୍ଲୀରେ ୪୩୬, ଗୁଜୁରାଟ- ୩୨୦, ପଶ୍ଚିମବଙ୍ଗ-୨୮୭, କର୍ଣ୍ଣାଟକ-୨୩୮ ଜଣେ ଚିହ୍ନଟ ହୋଇଥିବା ବେଳେ ଓଡିଶାରେ ଆଉ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

କୋବୋ

Photograph: (sambad.in)

ନୂଆଦିଲ୍ଲୀ: କାୟା ମେଲାଉଛି କରୋନା । ଜୀବନ ପ୍ରତି କାଳ ସାଜୁଛି ଏହି ଭୟଙ୍କର ଭୂତାଣୁ । ଦେଶରେ ଧିରେଧିରେ କରୋନା ଆଗକୁ ବଢୁଥିବା ବେଳେ କରୋନାର କାୟା ବ୍ୟାପିବାରେ ଲାଗିଛି । ସାରା ଦେଶରେ କରୋନା ପୁଣି ଥରେ ଚିନ୍ତା ବଢ଼ାଇ ଥିବାବେଳେ ଇତିମଧ୍ଯରେ ୩ ହଜାର ଟପିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ରବିବାର ସକାଳ ୮ଟା ସୁଦ୍ଧା ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭୫୮ ରହିଛି । ଗତ ୨୪ ଘଣ୍ଟାରେ ୩୬୩ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏଯାଏଁ ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି । କେରଳରେ ସର୍ବାଧିକ ୧୪୦୦ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ଏହା ପରେ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ମହାରାଷ୍ଟ୍ରରେ ୪୮୫, ଦିଲ୍ଲୀରେ ୪୩୬, ଗୁଜୁରାଟ- ୩୨୦, ପଶ୍ଚିମବଙ୍ଗ-୨୮୭, କର୍ଣ୍ଣାଟକ-୨୩୮ ଜଣେ ଚିହ୍ନଟ ହୋଇଥିବା ବେଳେ ଓଡିଶାରେ ଆଉ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଇତିମଧ୍ଯରେ ଓଡିଶାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ଯା ୧୨ରେ ପହଞ୍ଚିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe