କେରଳ: ୧୨ କୋଟି ଟଙ୍କାର ଲଟେରି ଜିତିଲେ କନ୍ନୁର ଜିଲ୍ଲାର ଶ୍ରମିକ

କେରଳ: ୧୨ କୋଟି ଟଙ୍କାର ଲଟେରି ଜିତିଲେ କନ୍ନୁର ଜିଲ୍ଲାର ଶ୍ରମିକ

Image Source: Newsd

କନ୍ନୁର: ଫେବ୍ରୁଆରି ୧୦ ତାରିଖରେ ଅନୁଷ୍ଠିତ ‘କେରଳ ନିୟୁ ଇୟର୍‌-କ୍ରିସ୍‌ମାସ୍‌ ବମ୍ପର୍‌’ ଲଟେରି ଉଠାଣରେ କେରଳର କନ୍ନୁର ଜିଲ୍ଲାର ଜଣେ ଶ୍ରମିକ ୧୨ କୋଟି ଟଙ୍କାର ପ୍ରଥମ ପୁରସ୍କାର ଜିଣିଛନ୍ତି।

ଶ୍ରମିକଜଣକ ହେଉଛନ୍ତି ତୋଲାମ୍ବରସ୍ଥିତ ପୁରଲିମାଲା କୌତାଚଳ କୁରିଚିଆ କଲୋନିର ୫୮ ବର୍ଷିୟ ପେରୁନ୍ନୋନ୍‌ ରାଜନ। ଟିକସ୍‌ କଟିଯିବା ପରେ ତାଙ୍କୁ ୭. ୨ କୋଟି ଟଙ୍କା ମିଳିବ। ଦିନ ମଜୁରିଆ ଭାବେ ଏଣୁତେଣୁ କାମ କରି ବହୁ କଷ୍ଟରେ ପରିବାରର ଗୁଜୁରାଣ ମେଣ୍ଟାନ୍ତି ରାଜନ। ଦିନେ ନା ଦିନେ ଲଟେରି ଉଠିବ ବୋଲି ଆାଶା ରଖି ଆର୍ଥିକ ଅନଟନ ସତ୍ତ୍ୱେ ସେ ସବୁବେଳେ ଲଟେରି ଟିକେଟ ଖରିଦ କରନ୍ତି।

publive-image Image Source: Mangalore Today

ଲଟେରି ଉଠିବା ପରେ ସେ କହିଛନ୍ତି: ଏତେ ପରିମାଣର ଲଟେରି ଜିତିବି ବୋଲି କେବେ କଳ୍ପନା କରି ନ ଥିଲି। ଲଟେରି ଫଳ ବାହାରି ସାରିଥିଲେ ବି ମୁଁ ଜିତିଥିବି ବୋଲି ଭାବି ନ ଥିଲି। ବ୍ୟାଙ୍କ୍‌ରେ ଉକ୍ତ ଟିକେଟ୍‌ ଦାଖଲ କରିବା ପୂର୍ବରୁ ଆଜି ମୁଁ ଓ ପରିବାର ପୁଣି ଥରେ ଲଟେରି ଫଳ ଯାଞ୍ଚ କରିଥିଲୁ।

ଏତେ ପରିମାଣର ଅର୍ଥକୁ କିପରି ବିନିଯୋଗ କରିବେ ତାହା ମଧ୍ୟ ରାଜନ ସ୍ଥିର କରି ନାହାନ୍ତି। ସେ କହନ୍ତି: ପ୍ରଥମେ ମୁଁ ଧାରଉଧାର ଶୁଝିବି। ଦୁଃଖଦୁର୍ଦ୍ଦଶାରେ କାଳକାଟୁଥିବା ଲୋକଙ୍କ ସହାୟତା ପାଇଁ କିଛି କରିବି। କିନ୍ତୁ, ପ୍ରାପ୍ତ ଅର୍ଥକୁ ବାଜେ ଖର୍ଚ୍ଚ କରି ଉଡ଼ାଇ ଦେବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe