ଆଶ୍ଚର୍ଯ୍ୟ ହେଲେ ବି ସତ: ପରିଭ୍ରମଣରେ ପରିବାରକୁ ନେବା ପାଇଁ କେରଳ ଯୁବକ ନିର୍ମାଣ କଲେ ୪ ସିଟର ବିମାନ

କରୋନା ଲକ୍‌ଡାଉନର ଗୃହବନ୍ଦୀ ଜୀବନ ଦେଇଥିଲା ପ୍ରେରଣା

ଆଶ୍ଚର୍ଯ୍ୟ ହେଲେ ବି ସତ: ପରିଭ୍ରମଣରେ ପରିବାରକୁ ନେବା ପାଇଁ କେରଳ ଯୁବକ ନିର୍ମାଣ କଲେ ୪ ସିଟର ବିମାନ

କୋଚି: କେରଳର ଆଲାପୁଜା ନିବାସୀ ଅଶୋକ ଆଲିସେରିଲ ଥାମାରାକ୍ଷନ ହାସଲ କରିଛନ୍ତି ଏକ ବିରଳ ସଫଳତା। ଯାହା ଅଧିକାଂଶ ଲୋକଙ୍କ ପାଇଁ ଅସମ୍ଭବ ଏବଂ ଅବିଶ୍ୱାସଯୋଗ୍ୟ। ମେକାନିକାଲ୍‌ ଇଞ୍ଜିନିୟର ଅଶୋକ ଏକ ଚାରି ସିଟର ବିମାନ ନିର୍ମାଣ କରିଛନ୍ତି ଏବଂ ଏହି ବିମାନରେ ତାଙ୍କ ପରିବାରକୁ ବ୍ରିଟେନ୍‌ ପରିଭ୍ରମଣରେ ନେଉଛନ୍ତି। ଲଣ୍ଡନରେ ରହୁଥିବା ଅଶୋକ ଏହି ‘ସ୍ଲିଙ୍ଗ ଟିଏସଆଇ’ ମଡେଲ ବିମାନ ନିର୍ମାଣ କରିବାକୁ ପ୍ରାୟ ୧୮ ମାସ ସମୟ ନେଇଥିଲେ ଯାହାକୁ ସେ ‘ଜି-ଦିୟା’ ନାମ ଦେଇଥିଲେ। ବିମାନଟି ତାଙ୍କ ସାନ ଝିଅ ଦିୟାଙ୍କ ନାମରେ ନାମିତ ହୋଇଛି।

ପୂର୍ବତନ ବିଧାୟକ ଏଭି ଥାମରାକ୍ଷନଙ୍କ ପୁଅ ଅଶୋକ କହିଛନ୍ତି ଯେ ସେ ନିଜର ଏହି ବିମାନ ନିର୍ମାଣ ପାଇଁ ପ୍ରେରଣା କରୋନା ଲକଡାଉନ୍‌ କାଳରେ ଘର ଭିତରେ ସୀମିତ ହୋଇ ରହିବା ଭିତରେ ପାଇଥିଲେ। ଅଶୋକ ତାଙ୍କ ବିମାନ ନିର୍ମାଣ ପାଇଁ ବିଭିନ୍ନ ଦେଶରୁ ସାମଗ୍ରୀ ଏବଂ ଉପକରଣ ସବୁ ମଗାଇଥିଲେ।

publive-image

ଅଶୋକ କହନ୍ତି, ମୁଁ ପ୍ରକୃତରେ ବିମାନ ନିମାଣ ଉପରେ କୌଣସି ଅଧ୍ୟୟନ କରିନାହିଁ। କେବଳ ଇଣ୍ଟରନେଟ ମାଧ୍ୟମରୁ ହିଁ ବିମାନ ନିର୍ମାଣ ସଂପର୍କରେ ଯାହା କିଛି ଜାଣିଛି। ଅଶୋକ ମେ’ ୨୦୧୯ରେ ତାଙ୍କର ବିମାନ ନିର୍ମାଣ ଆରମ୍ଭ କରିଥିଲେ ଏବଂ ଏହା ନଭେମ୍ବର ୨୦୨୧ରେ ସମାପ୍ତ ହୋଇଥିଲା। ଏଥିପାଇଁ ତାଙ୍କୁ ଅନେକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ତିନି ମାସର ପରୀକ୍ଷା ପରେ ବ୍ରିଟିଶ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣରୁ ବିମାନ ଉଡ଼ାଣ ପାଇଁ ଲାଇସେନ୍‌ସ ପାଇବା ପରେ ସେ ପରିବାର ସହିତ ତାଙ୍କର ପ୍ରଥମ ବିମାନ ନେଇଥିଲେ। ଆଜତ ସୁଦ୍ଧା ନିଜ ନିର୍ମିତ ବିମାନରେ ସେ ତାଙ୍କ ପରିବାରକୁ ଧରି ବ୍ରିଟେନ ବ୍ୟତୀତ ଜର୍ମାନୀ, ଅଷ୍ଟ୍ରିଆ ଏବଂ ଚେକ୍‌ ଗଣରାଜ୍ୟ ପରିଭ୍ରମଣ କରି ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe