କିବ୍ : ରୁଷ୍-ୟୁକ୍ରେନ ଯୁଦ୍ଧରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହି ବ୍ୟକ୍ତି ଜଣକ କେରଳର ବାସିନ୍ଦା ଏବଂ ଯୁଦ୍ଧରେ ରୁଷୀୟ ସେନା ପକ୍ଷରୁ ଲଢୁଥିଲେ । ମୃତ ବ୍ୟକ୍ତିଙ୍କ ନାମ ବିନିଲ ଟିବି ବୋଲି ଜଣାପଡିଛି । ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା ଏବଂ ସେ କେରଳର ତ୍ରିସୁର ଜିଲ୍ଲାର ବଡ଼କ୍କାନଚେରିର ବାସିନ୍ଦା ଥିଲେ। ତାଙ୍କ ସହ ତାଙ୍କର କିଛି ସମ୍ପର୍କୀୟ ମଧ୍ୟ ଆହତ ହୋଇଥିଲେ। ରୁଷ୍ ସେନାରେ କାର୍ଯ୍ୟରତ ଅବଶିଷ୍ଟ ନାଗରିକମାନଙ୍କୁ ଯଥାଶୀଘ୍ର ମୁକ୍ତ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ରୁଷକୁ କହିଛି।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଋଷସେନାରେ କାମ କରିବା ପାଇଁ ନିଯୁକ୍ତି ପାଇଥିବା କେରଳର ଜଣେ ଭାରତୀୟ ନାଗରିକଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ବିଷୟରେ ଆମେ ଜାଣିବାକୁ ପାଇଛୁ। କେରଳର ଆଉ ଜଣେ ଭାରତୀୟ ନାଗରିକ ଆହତ ହୋଇ ମସ୍କୋର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ପରିବାରକୁ ଆମେ ଗଭୀର ସମବେଦନା ଜଣାଉଛୁ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଋଷସେନାରେ କାମ କରିବା ପାଇଁ ନିଯୁକ୍ତି ପାଇଥିବା କେରଳର ଜଣେ ଭାରତୀୟ ନାଗରିକଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ବିଷୟରେ ଆମେ ଜାଣିବାକୁ ପାଇଛୁ। କେରଳର ଆଉ ଜଣେ ଭାରତୀୟ ନାଗରିକ ଆହତ ହୋଇ ମସ୍କୋର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ପରିବାରକୁ ଆମେ ଗଭୀର ସମବେଦନା ଜଣାଉଛୁ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଆମେ ରୁଷୀୟ କର୍ତ୍ତୃପକ୍ଷଙ୍କ ସହ ବୈଠକ କରିଛୁ ଏବଂ ରୁଷସେନା ପାଇଁ କାମ କରୁଥିବା ଭାରତୀୟମାନଙ୍କୁ ଯଥାଶୀଘ୍ର ମୁକ୍ତ କରାଯିବା ଉଚିତ ବୋଲି ଜଣାଇଛୁ। ଭାରତୀୟ ନାଗରିକଙ୍କ ମୃତଦେହକୁ ଭାରତ ଆଣିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ମନ୍ତ୍ରଣାଳୟ କହିଛି। ମସ୍କୋ ସ୍ଥିତ ଭାରତୀୟ ଦୂତାବାସ ସେମାନଙ୍କ ପରିବାର ସହ ଯୋଗାଯୋଗରେ ଅଛି ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛି। ତାଙ୍କ ପାର୍ଥିବ ଶରୀରକୁ ଶୀଘ୍ର ଭାରତ ଫେରାଇ ଆଣିବା ପାଇଁ ଆମେ ରୁଷୀୟ କର୍ତ୍ତୃପକ୍ଷଙ୍କ ସହ କାମ କରୁଛୁ ମନ୍ତ୍ରାଳୟ କହିଛି ।
Follow Us