ବନ୍ଦେ ଭାରତ ଏକ୍ସପ୍ରେସ୍‌ ୱାସ୍‌ରୁମ୍‌ରେ ପଶି କବାଟ ବନ୍ଦ  କରି ରହିଲେ କ୍ଷତାକ୍ତ ଯୁବକ; କବାଟ ଭାଙ୍ଗି ଉଦ୍ଧାର କଲା ପୁଲିସ

Advertisment
ବନ୍ଦେ ଭାରତ ଏକ୍ସପ୍ରେସ୍‌ ୱାସ୍‌ରୁମ୍‌ରେ ପଶି କବାଟ ବନ୍ଦ  କରି ରହିଲେ କ୍ଷତାକ୍ତ ଯୁବକ; କବାଟ ଭାଙ୍ଗି ଉଦ୍ଧାର କଲା ପୁଲିସ

Image Courtesy of The Hindu

ପାଲକ୍କାଡ଼: ରବିବାର ଦିନ ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌ ଟ୍ରେନ୍‌ର ୱାସ୍‌ରୁମ୍‌ରେ ହଠାତ୍‌ ଜଣେ କ୍ଷତାକ୍ତ ଯୁବକ ପଶିଯାଇ କବାଟ କୀଳି ଦେବାରୁ ସହଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ ବୋଲି ପୁଲିସ କହିଛି।

ସନ୍ଧ୍ୟା ପ୍ରାୟ ୫.୩୦ରେ ଟ୍ରେନ୍‌ ଶୋରାନୁର ଷ୍ଟେସନ୍‌ରେ ପହଞ୍ଚିବା ପରେ ଉକ୍ତ ଯୁବକଙ୍କୁ ୱାସ୍‌ରୁମ୍‌ ବା ଶୌଚାଳୟରୁ ବାହାର କରିବା ଲାଗି ‘ରେଲ୍‌ୱେ ପ୍ରୋଟେକ୍‌ସନ୍‌ ଫୋର୍ସ’କୁ (ଆର୍‌ପିଏଫ୍‌) ବୈଷୟିକ କର୍ମଚାରୀଙ୍କ ସହାୟତା ନେବାକୁ ପଡ଼ିଥିଲା।

publive-image Image Courtesy of TimesNow

ଶରଣ ନାମକ କାସରଗୋଡ଼ ଅନ୍ତର୍ଗତ ଉପ୍ପଲ୍‌ର ଉକ୍ତ ଯୁବକ ଯେ କେବଳ ଭିତର ପଟୁ ୱାସ୍‌ରୁମ୍‌ କବାଟର କୀଳିଣି ଦେଇ ଦେଇଥିଲେ ତାହା ନୁହେଁ, କବାଟର ହ୍ୟାଣ୍ଡଲ୍‌କୁ ମଧ୍ୟ ଗୋଟାଏ ରଶିରେ ବାନ୍ଧି ଦେଇଥିଲେ। କେତେକ ଯାତ୍ରୀ ଓ ରେଳବାଇ କର୍ମଚାରୀ କହିବା ପରେ ବି ସେ ୱାସ୍‌ରୁମ୍‌ କବାଟ ଖୋଲି ନ ଥିଲେ। ଏମିତି ଅନେକ ସମୟ ବିତିଯାଇଥିଲା।

ଟିକେଟ୍‌ ନ କରିଥିବା ଶରଣ ସମ୍ଭବତଃ କସରଗୋଡ଼ ଷ୍ଟେସନ୍‌ରୁ ଚଢ଼ିଥାଇ ପାରେ ‌ବୋଲି ଅନୁମାନ କରାଯାଉଛି। ‘ପିଆର୍‌ଏଫ୍‌’ ତାଙ୍କୁ ଗିରଫ କରିଛି। କିନ୍ତୁ, ‘ୱାସ୍‌ରୁମ୍‌’ରେ ପଶି କାହିଁକି କବାଟ କୀଳି ଥିଲା ସେ କଥା ସେ କହୁନାହିଁ ବୋଲି ପୁଲିସ କହିଛି। କେବଳ କହୁଛନ୍ତି କି, କେହି ଜଣେ ତାଙ୍କୁ ଗୋଡ଼ାଇବାରୁ ସେ ୱାସ୍‌ରୁମ୍‌ରେ କବାଟକୀଳି ପଶିଥିଲେ।

ଘଟଣାର ଭିଡିଓ ମଧ୍ୟ କେତେକ ଟେଲିଭିଜନ୍‌ ଚାନେଲ୍‌ରେ ପ୍ରସାରିତ ହେଉଛି। ଏଥିରେ ୱାସ୍‌ରୁମ୍‌ରୁ ଉଦ୍ଧାର କରାଯାଇ ବାହାରକୁ ଅଣାଯାଉଥିବା ଯୁବକ ଶରଣ ଖୁବ୍‌ ଛାନିଆ ହୋଇଯିବା ଭଳି ଦେଖାଯାଉଛନ୍ତି।

ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe