ଘରେ ଭୋଟ୍‌ ଦେବା ପରେ ପରେ ମତଦାତାଙ୍କର ହେଲା ମୃତ୍ୟୁ

Advertisment
ଘରେ ଭୋଟ୍‌ ଦେବା ପରେ ପରେ ମତଦାତାଙ୍କର ହେଲା ମୃତ୍ୟୁ

ଥିରୁଅନନ୍ତପୁରମ୍‌: କେରଳର କୋଟ୍ଟାୟମ ଜିଲ୍ଲାରେ ଜଣେ ୯୯ ବର୍ଷୀୟ ମତଦାତା ଲୋକସଭା ନିର୍ବାଚନ ପାଇଁ ନିଜର ଭୋଟ୍‌ ଦେବା ପରେ ଘରେ ମୃତ୍ୟୁବରଣ କରିଛନ୍ତି।

ରିପୋର୍ଟରୁ ପ୍ରକାଶ, ମୃତ ବ୍ୟକ୍ତି ଏ.କେ ରମଣ ନାୟାର କୋଟ୍ଟାୟମ ଜିଲ୍ଲାର ପାଲାର ମାନକକୁନ୍ନୁର ବାସିନ୍ଦା ଥିଲେ।
ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ଏବଂ ନିର୍ବାଚନ କମିଶନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଭୋଟ୍‌ ଫ୍ରମ୍‌ ହୋମ୍‌’ ସୁବିଧାରେ ଶନିବାର ନିଜର ମତାଧିକାର ସାବ୍ୟସ୍ତ କରିବାର କିଛି ମିନିଟ୍‌ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ନାତିଙ୍କ ସହ ରହୁଥିବା ନାୟରଙ୍କୁ ଦୁଇ ଦିନ ତଳେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

ଏହି ବ୍ୟକ୍ତି ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ମତଦାନ ଅଧିକାରୀମାନେ ବାଲଟ୍‌ ପେପର ନେଇ ତାଙ୍କ  ଘରେ ପହଞ୍ଚିଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ ସେ ଭୋଟ୍‌ ଦେବା ପାଇଁ ଉତ୍ସାହିତ ଥିଲେ ଏବଂ ଏହି ପ୍ରକ୍ରିୟା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ପରିବାର ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe