କେରଳ ନନ୍‌ଙ୍କ ଦୁଷ୍କର୍ମ ଅଭିଯୁକ୍ତ ପୂର୍ବତନ ଜଳନ୍ଧର ବିଶପ ଫ୍ରାଙ୍କୋ ମୁଲ୍ଲାକାଲ୍‌ଙ୍କୁ କରୋନା

କେରଳ ନନ୍‌ଙ୍କ ଦୁଷ୍କର୍ମ ଅଭିଯୁକ୍ତ ପୂର୍ବତନ ଜଳନ୍ଧର ବିଶପ ଫ୍ରାଙ୍କୋ ମୁଲ୍ଲାକାଲ୍‌ଙ୍କୁ କରୋନା

The Indian Express

ତିରୁବନନ୍ତପୁରମ୍‌: କେରଳର ଜଣେ ନନ୍‌ଙ୍କ ଦୁଷ୍କର୍ମ ଅଭିଯୁକ୍ତ ପୂର୍ବତନ ଜଳନ୍ଧର ବିଶପ ଫ୍ରାଙ୍କୋ ମୁଲ୍ଲାକାଲ୍‌ଙ୍କୁ କରୋନା ହୋଇଛି। ଗତକାଲି ଅଦାଲତ ତାଙ୍କ ବିରୋଧରେ ଜାମିନ୍‌ ବିହୀନ ପରୱାନା ଜାରି କରିଥିବା ବେଳେ ଆଜି ସେ କରୋନା ପଜିଟିଭ୍‌ ବୋଲି ଜାଣିବାକୁ ମିଳିଛି।

ମୁଲ୍ଲାକାଲ୍‌ଙ୍କ ପିଆର୍‌ଓ ଫାଦର୍‌ ପିଟର୍‌ କହିଛନ୍ତି କି ଫ୍ରାଙ୍କୋଙ୍କ ସ୍ବାସ୍ଥ୍ୟାବାସ୍ଥା ଏବେ ଆଦୗ ଭଲ ନାହିଁ। ସୋମବାର ଫ୍ରାଙ୍କୋଙ୍କ ଓକିଲ ଅଦାଲତକୁ କହିଛନ୍ତି କି ତାଙ୍କ ମହକିଲ‌ କରୋନା ପଜିଟିଭ୍‌ ଥିବାରୁ ସେ ଅଦାଲତକୁ ଆସିପାରିବେ ନାହିଁ।

publive-image
The News Minute

ତାଙ୍କର ପୂର୍ବ ଶୁଣାଣି ଜୁଲାଇ ୧ରେ ଥିଲେ ମଧ୍ୟ ସେ ଅଦାଲତରେ ଉଚିତ ସମୟରେ ପହଞ୍ଚି ପାରି ନ ଥିଲେ। ସେ ସମୟରେ ତାଙ୍କ ଓକିଲ୍‌ ଅଦାଲତଙ୍କୁ କହିଥିଲେ କି ପଞ୍ଜାବ ଜଳନ୍ଧରର କୋଭିଡ୍‌-୧୯ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଥିବା କାରଣରୁ ତାଙ୍କ ମହକିଲ ଅଦାଲତରେ ଉପସ୍ଥିତ ହୋଇପାରି ନଥିଲେ ।

ଅଦାଲତ ସୋମବାର ଫ୍ରାଙ୍କୋଙ୍କ ଓକିଲଙ୍କର ଏହି କଥାକୁ ଗ୍ରହଣ ନ କରି କହିଥିଲେ କି ଜୁଲାଇ ୧ରେ ଜଳନ୍ଧରକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇ ନ ଥିଲା। ଫ୍ରାଙ୍କୋ  ଜାଣି ଜାଣି ତାରିଖ ଘୁଞ୍ଚାଇ ଚାଲିଛନ୍ତି। ଅଦାଲତ ତାଙ୍କର ଜାମିନ୍‌କୁ ଖାରଜ କରି ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୩କୁ ଘୁଞ୍ଚିଛି। ଫ୍ରାନ୍‌କୋଙ୍କ ଓକିଲ୍‌ କରିଥିବା ଜାମିନ୍ ‌ଆବେଦନକୁ ଅଦାଲତ ଜୁଲାଇ ୭ ତାରିଖରେ ଖାରଜ କରି ଦେଇଥିଲେ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe