Image Courtesy of Zee News
କୋଟ୍ଟାୟାମ୍: ୨୦୧୮ ନନ୍ ଦୁଷ୍କର୍ମ ମାମଲାରେ କୋଟ୍ଟାୟାମ୍ ଆଡିସ୍ନାଲ୍ ସେସନ୍ସ୍ କୋର୍ଟ ବିସପ୍ ଫ୍ରାଙ୍କୋ ମୁଲକ୍କଲ୍ଙ୍କୁ ‘ଦୋଷୀ ନୁହନ୍ତି’ ବୋଲି ଘୋଷଣା କରିଛନ୍ତି। ରାୟ ଶୁଣାଣି ପରେ ଆଶ୍ବସ୍ତ ଦିଶୁଥିବା ପରି ମନେହେଉଥିବା ବିସପ୍ ମୁଲକ୍କଲ୍ ଅଦାଲତ ବାହାରକୁ ଆସି କହିଲେ, ଧନ୍ୟ ଈଶ୍ବର।
ଜଣେ ନନ୍ଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଭାରତରେ ଗିରଫ ହୋଇଥିବା ପ୍ରଥମ କ୍ୟାଥୋଲିକ୍ ବିସପ୍ ହେଉଛନ୍ତି ଫ୍ରାଙ୍କୋ ମୁଲକ୍କଲ୍। ୨୦୧୮ ସେପ୍ଟେମ୍ବର ୨୧ରେ ତାଙ୍କୁ ଗିରଫ କରାଯାଇ ୩ ଦିନ ଜେରା ପାଇଁ ପଠାଯାଇଥିଲା। ସେପ୍ଟେମ୍ବର ୨୪ ତାରିଖରେ ତାଙ୍କୁ ଦୁଇ ସପ୍ତାହ ପାଇଁ ହାଜତ୍କୁ ମଧ୍ୟ ପଠାଯାଇଥିଲା। ୨୦୧୮ ଅକ୍ଟୋବରରେ କେରଳ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ।
୨୦୧୪ ମେ ୫ ତାରିଖରେ ଜଣେ ୪୫ ବର୍ଷୀୟ ନନ୍ ଅଭିଯୋଗ କରିଥିଲେ ଯେ, କୁରବିଲଙ୍ଗଦ୍ କନ୍ଭେଣ୍ଟ୍କୁ ଯାଇଥିବା ବିସପ୍ ଫ୍ରାଙ୍କୋ ରାତିରେ କୋଠରିକୁ ଡାକି ତାଙ୍କ ସହ ଅପ୍ରାକୃତିକ ଯୌନକ୍ରିୟା ପାଇଁ ବାଧ୍ୟ କରିଥିଲେ। ଏଥିସହ, ୨୦୧୪ ରୁ ୨୦୧୬ ମଧ୍ୟରେ ବିସପ୍ ତାଙ୍କ ସହ ୧୩ ଥର ଦୁଷ୍କର୍ମ କରିଥିବା କଥା ମଧ୍ୟ ନନ୍ ଅଭିଯୋଗ କରିଥିଲେ।
Image Courtesy of India Todayଅଭିଯୋଗ ପରେ ପରେ , ଅନେକ ନନ୍, ସାମାଜିକକର୍ମୀ ଏବଂ ରାଜନେତାମାନେ ଆଗେଇ ଆସି ମୁଲକ୍କଲଙ୍କୁ ଗିରଫ କରିବା ଲାଗି ଦାବି କରିଥିଲେ। ମୁଲକ୍କଲ୍ କହିଥିଲେ ଯେ, ୨୦୧୪ ମେ ୫ ତାରିଖରେ କୁରବିଲଙ୍ଗଦ୍ କନ୍ଭେଣ୍ଟ୍ରେ ସେ ରହି ନ ଥିଲେ। (ସେ ଦିନ ପ୍ରଥମ ଥର ପାଇଁ ଦୁଷ୍କର୍ମର ସରବ୍ୟ ହୋଇଛନ୍ତି ବୋଲି ନନ୍ ଅଭିଯୋଗ କରିଥିଲେ।) ସେ କେବଳ କନ୍ଭେଣ୍ଟ୍ ପରିଦର୍ଶନ କରିଥିଲେ, କିନ୍ତୁ ମୁଥାଲକୋଡ଼ାମରେ ଅନୁଷ୍ଠିତ ଅନ୍ୟ ଏକ କନ୍ଭେଣ୍ଟ୍ରେ ରହିଥିଲେ।
ଆଗତ ଅଭିଯୋଗ ଅଗ୍ରାହ୍ୟ କରିବା ସହ ମୁଲକ୍କଲ୍ କହିଥିଲେ ଯେ, ଜଣେ ମହିଳାଙ୍କ ସ୍ବାମୀଙ୍କ ସହ ନନ୍ଜଣକ ଅନୈତିକ ସମ୍ପର୍କ ରଖିଥିବା କଥା ଉକ୍ତ ମହିଳା ଅଭିଯୋଗ କରିବାରୁ ସେ ଅଭ୍ୟନ୍ତରୀଣ ତଦନ୍ତ ପାଇଁ ଆଦେଶ ଦେଇଥିଲେ। ଏଥିରେ ଉତ୍କ୍ଷିପ୍ତା ହୋଇ ନନ୍ଜଣକ ତାଙ୍କ ବିରୋଧରେ ମିଥ୍ୟା ଦୋଷାରୋପ କରିଛନ୍ତି।
Follow Us