ନିପାହ ଭାଇରସର ଶିକାର ରୋଗୀଙ୍କ ଚିକିତ୍ସା ସମୟରେ ଅସୁସ୍ଥ ହୋଇ ଆଖି ବୁଜିଥିଲେ କେରଳର ଏହି ନର୍ସ, ଏବେ ମିଳିଲା ବଡ଼ ସମ୍ମାନ

ନିପାହ ଭାଇରସର ଶିକାର ରୋଗୀଙ୍କ ଚିକିତ୍ସା ସମୟରେ ଅସୁସ୍ଥ ହୋଇ ଆଖି ବୁଜିଥିଲେ କେରଳର ଏହି ନର୍ସ, ଏବେ ମିଳିଲା ବଡ଼ ସମ୍ମାନ

indiatimes.com

ନୂଆଦିଲ୍ଲୀ: ୨୦୧୮ରେ କେରଳରେ ନିପାହ ଭାଇରସ ତାଣ୍ଡବ ରଚିଥିବା ବେଳେ ଏହାର ଶିକାର ହୋଇ ଅନେକ  ମୃତ୍ୟୁବରଣ କରିଥିଲେ। ଏହା ସହ ରୋଗୀଙ୍କ ଚିକିତ୍ସା କରୁଥିବା ଜନୈକା ନର୍ସ ଲିନି ପୁଠୁସେରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ସଂକ୍ରମଣର ଆଶଙ୍କା ଥିବା ଜାଣି ମଧ୍ୟ ରୋଗୀଙ୍କୁ ବଞ୍ଚାଇବା ପାଇଁ ସେ ନିଜର ଜୀବନକୁ ବାଜି ଲଗାଇଥିଲେ। ଏବେ ତାଙ୍କର ମହାନ କାମ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନ୍ୟାସନାଲ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାରରେ  ଲିନିଙ୍କୁ ସମ୍ମାନିତ କରିଛନ୍ତି। ଲିନିଙ୍କ ତରଫରୁ ତାଙ୍କ ସ୍ବାମୀ ରାଜେଶ ପୁଠୁର ଦିଲ୍ଲୀରେ ଆୟୋଜିତ ସମାରୋହରେ ଯୋଗ ଦେଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଦେଶରେ ନର୍ସମାନଙ୍କ ଦ୍ବାରା କରାଯାଇଥିବା ପ୍ରଶଂସନୀୟ ସେବାକୁ ଆଖି ଆଗରେ ରଖି ନ୍ୟାସନାଲ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ୧୯୭୩ରେ ସ୍ଥାପନ କରାଯାଇଥିଲା।

ସୂଚନା ମୁତାବକ, ପେରାମ୍ବ୍ରାରେ ଥିବା ଇଏମଏସ୍ ମେମୋରିଆଲ କର୍ପୋରେଟିଭ୍ ହସ୍ପିଟାଲରେ ଅସ୍ଥାୟୀ ନର୍ସ ଭାବେ ଯୋଗ ଦେଇଥିଲେ ଲିନି। ସେଠାରେ କାମ କରୁଥିବା ସମୟରେ ନିପାହ ଭାଇରସ ସଂକ୍ରମଣର ଶିକାର ହୋଇଥିବା ମହମ୍ମଦ ସାଦିକଙ୍କ ଦେଖାଶୁଣା କରିବା ପରେ ସେ ମଧ୍ୟ ଭାଇରସର ଶିକାର ହୋଇଥିଲେ। ଶିକାର ହେବାର ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଶେଷ ସମୟରେ ନିଜ ସ୍ବାମୀ ଓ ପିଲାଙ୍କୁ ଦେଖା ନ କରି ପାରିବାରୁ ସେ ଚିଠି ଲେଖି କ୍ଷମା ମାଗିଥିଲେ। ଏହି ଚିଠି ସେ ସମୟରେ ଖୁବ୍ ଭାଇରାଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe