କେରଳ ବିମାନ ଦୁର୍ଘଟଣା: ପାଇଲଟ୍‌ଙ୍କ ଭୁଲ୍‌ ଯୋଗୁଁ ହୋଇଥିଲା

Advertisment
କେରଳ ବିମାନ ଦୁର୍ଘଟଣା: ପାଇଲଟ୍‌ଙ୍କ ଭୁଲ୍‌ ଯୋଗୁଁ ହୋଇଥିଲା

The New Indian Express

ନୂଆଦିଲ୍ଲୀ: ପାଇଲଟ୍‌ଙ୍କ ସାମାନ୍ୟ ଭୁଲ୍‌ ଯୋଗୁଁ ଗତବର୍ଷ କେରଳର କୋଝିକୋଡ଼ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୯ ଯାତ୍ରୀ ଏବଂ ୨ ଜଣ ପାଇଲଟ୍‌ଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁବାଇରୁ ୧୮୪ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ଆସିଥିଲା। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେସନ୍‌ ବ୍ୟୁରୋ ପକ୍ଷରୁ ୨୫୭ ପୃଷ୍ଠା ସମ୍ବଳିତ ରିପୋର୍ଟରେ କୁହାଯାଇଛି, ପାଇଲଟ୍‌ ମାନକ ସଞ୍ଚାଳନ ପ୍ରକ୍ରିୟାକୁ ପାଳନ କରି ନଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ପାଇଲଟ୍‌ ଅନ୍ୟମନସ୍କ ଥିବାରୁ ‘ଗୋ ଆରାଉଣ୍ଡ’ କଲ୍‌ ସତ୍ତ୍ବେ ରନ୍‌ୱେର ଅଧା ରାସ୍ତା ତଳେ ଟଚ୍‌ଡାଉନ୍‌ ଜୋନ୍‌ ପୂର୍ବରୁ ବିମାନଟି ବାହାରି ଯାଇଥିଲା। ଗୋ ଆରାଉଣ୍ଡ ଏବଂ ମନିଟରିଂରେ ବିଫଳତା କାରଣରୁ ପାଇଲଟ୍‌ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଦୁର୍ଘଟଣା ହୋଇଥିଲା। ଦୁବ‌ାଇରୁ ଆସିଥିବା ଗତବର୍ଷ ଅଗଷ୍ଟ ମାସ ୭ ତାରିଖରେ କୋଝିକୋଡ଼ରେ ବିମାନଟି ଲ୍ୟାଣ୍ଡିଂ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe