କେରଳ ବିମାନ ଦୁର୍ଘଟଣା: ଫ୍ଲାଇଟ୍ ଡାଟା ରେକର୍ଡର୍‌ ଓ କକ୍‌ପିଟ୍ ଭଏସ୍ ରେକର୍ଡର ଉଦ୍ଧାର; ମୃତାହତଙ୍କ ନିମନ୍ତେ ଏୟାର୍‌ ଇଣ୍ଡିଆର ଆର୍ଥିକ ସହାୟତା ଘୋଷଣା

Advertisment
କେରଳ ବିମାନ ଦୁର୍ଘଟଣା: ଫ୍ଲାଇଟ୍ ଡାଟା ରେକର୍ଡର୍‌ ଓ କକ୍‌ପିଟ୍ ଭଏସ୍ ରେକର୍ଡର ଉଦ୍ଧାର; ମୃତାହତଙ୍କ ନିମନ୍ତେ ଏୟାର୍‌ ଇଣ୍ଡିଆର ଆର୍ଥିକ ସହାୟତା ଘୋଷଣା

Image Courtesy of HT

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ କେରଳର କୋଝିକୋଡ଼ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର୍‌ ଇଣ୍ଡିଆ ବିମାନରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ତଦନ୍ତକାରୀ ଏଜେନ୍‌ସି ‘ଏୟାର୍‌କ୍ରାଫ୍ଟ୍‌ ଆକ୍ସିଡେଣ୍ଟ୍‌ ଇନ୍‌ଭେଷ୍ଟିଗେସନ୍ ବ୍ୟୁରୋ’ (ଏଏଆଇବି) ଡିଜିଟାଲ୍ ଫ୍ଲାଇଟ୍‌ ଡାଟା ରେକର୍ଡର୍‌ ଏବଂ କକ୍‌ପିଟ୍‌ ଭଏସ୍ ରେକର୍ଡର୍‌ ଉଦ୍ଧାର କରିଛି।

ଉଦ୍ଧାର ସମାଗ୍ରୀଗୁଡ଼ିକର ସମାହାରକୁ ବିମାନର ‘ବ୍ଲାକ୍‌ବକ୍ସ୍’ କହନ୍ତି। ବୋଇଙ୍ଗ୍ କୋ. ୭୩୭ ବିମାନଟିକୁ ଅବତରଣ କରିବାରେ କ’ଣ ବାଧା ଦେଲା ତଦନ୍ତକାରୀମାନେ ଏଥିରୁ ଜାଣିପାରିବେ। ଅଧିକ ତଦନ୍ତ ନିମନ୍ତେ ଆଜି ସକାଳେ ଉଦ୍ଧାର ହୋଇଥିବା ଉକ୍ତ ସାମଗ୍ରୀ ସବୁ ଦିଲ୍ଲୀକୁ ଅଣାଯିବ। ରନ୍‌ୱେରୁ ବାହାରି ଯିବା‌ ଶେଷ ମୁହୂର୍ତ୍ତର ଘଟଣାବଳୀ ସଂକ୍ରାନ୍ତରେ ମଧ୍ୟ ଏଥିରୁ ତଥ୍ୟ ମିଳିପାରିବ।

publive-image Image Courtesy of HT

ଏୟାର୍‌ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ କହିଛି ଯେ, ଦୁବାଇରୁ ୧୯୦ ଲୋକଙ୍କୁ ନେଇ ଆସିଥିବା ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନଟି ଦୁଇ ଖଣ୍ଡ ହେବା ପୂର୍ବରୁ କୋଝିକୋଡ଼ ବିମାନ ବନ୍ଦରର ରନ୍‌ୱେ ମୁଣ୍ଡରୁ ୧୦୦୦ ମିଟର୍ ଦୂରରେ ଥିବା ଏକ ଟ୍ୟାକ୍ସିୱେ ପାଖର ଅବତରଣ କରିଥିଲା। ପରେ ପରେ ଏହା ପାଖରେ ଥିବା ୩୫ ଫୁଟ୍‌ର ଢାଲୁରେ ଗଡ଼ିଯାଇ ଭାଙ୍ଗିଯାଇଥିଲା। ଏହି ଦୁର୍ଘଟଣାରେ ଦୁଇଜଣ ପାଇଲଟ୍‌ଙ୍କ ସମେତ ଅନ୍ୟୂନ ୧୮ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୨ ବର୍ଷରୁ ଅଧିକ ବୟସ୍କ ଯାତ୍ରୀଙ୍କ ଆତ୍ମୀୟଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ୧୨ ବର୍ଷରୁ କମ୍ ବୟସ୍କ ଯାତ୍ରୀଙ୍କ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ଏୟାର୍‌ ଇଣ୍ଡିଆ ଘୋଷଣା କରିଛି। ସେହିଭଳି ଗୁରୁତର ଆହତ ଯାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ଯାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଅର୍ଥରାଶି ଦେବାକୁ ଏୟାର୍‌ ଇଣ୍ଡିଆ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe