Tharoor avoids important meetings: ଗୁରୁତ୍ଵପୂର୍ଣ୍ଣ ବୈଠକକୁ ଏଡ଼ାଇଦେଲେ ଥରୁର, କାହିଁକି କାର୍ଯ୍ୟାନୁଷ୍ଠାନ ନେଇପାରୁନି କଂଗ୍ରେସ?

Advertisment

ରୋଚକ ମୋଡ଼ ନେଉଛି କେରଳ ରାଜନୀତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦୀ ମଞ୍ଚରୁ କଂଗ୍ରେସକୁ ସିଧା ଟାର୍ଗେଟ୍ କରିଛନ୍ତି, ଅନ୍ୟପଟେ କିନ୍ତୁ ନିଜ ଦଳର ନେତା କଂଗ୍ରେସଠୁ ଦୁରେଇ ରହୁଛନ୍ତି ।

ରୋଚକ ମୋଡ଼ ନେଉଛି କେରଳ ରାଜନୀତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦୀ ମଞ୍ଚରୁ କଂଗ୍ରେସକୁ ସିଧା ଟାର୍ଗେଟ୍ କରିଛନ୍ତି, ଅନ୍ୟପଟେ କିନ୍ତୁ ନିଜ ଦଳର ନେତା କଂଗ୍ରେସଠୁ ଦୁରେଇ ରହୁଛନ୍ତି ।

Untitled-24.jpg

କେରଳ: ରୋଚକ ମୋଡ଼ ନେଉଛି କେରଳ ରାଜନୀତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦୀ ମଞ୍ଚରୁ କଂଗ୍ରେସକୁ ସିଧା ଟାର୍ଗେଟ୍ କରିଛନ୍ତି, ଅନ୍ୟପଟେ କିନ୍ତୁ ନିଜ ଦଳର ନେତା କଂଗ୍ରେସଠୁ ଦୁରେଇ ରହୁଛନ୍ତି । କେରଳ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ କଂଗ୍ରେସ ନେତା ଶଶି ଥରୁରଙ୍କ ଅସନ୍ତୋଷର ଖବର ସାମ୍ନାକୁ ଆସିଛି । ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଜି ବସିଥିଲା କଂଗ୍ରେସର ଗୁରୁତ୍ଵପୂର୍ଣ୍ଣ ବୈଠକ । କିନ୍ତୁ ଏହି ବୈଠକରେ ସାମିଲ ହୋଇନଥିଲେ ଶଶି ଥରୁର । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବୈଠକରେ ସାମିଲ ନହୋଇ କେରଳର ଫାୟାରବ୍ରାଣ୍ଡ ନେତା ଶଶି ଥରୁର ବର୍ତ୍ତମାନ କେରଳରେ ଅଛନ୍ତି । ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କେରଳ ଗସ୍ତରେ ଅଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି. ଶଶି ଥରୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ସଂକୋଚ କରୁଛି କଂଗ୍ରେସ?

କାହିଁକି କାର୍ଯ୍ୟାନୁଷ୍ଠାନ ନେଇପାରୁନି ଦଳ?

ଶଶି ଥରୁର ସେହି କଂଗ୍ରେସ ନେତାମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କ ପାଖରେ ଅନେକ ଅଭିଜ୍ଞତା ଓ ଦକ୍ଷତା ରହିଛି । ଯାହା ତାଙ୍କୁ ଅନ୍ୟ ଦଳର ନେତାମାନଙ୍କଠାରୁ ଭିନ୍ନ କରୁଛି । କଂଗ୍ରେସ ଜାଣେ ଯେ ଥରୁରଙ୍କ ଭଳି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବଳ ଜଣେ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଦଳର ଦୃଢ଼ ଆଦର୍ଶଗତ ପ୍ରତିଛବି ପାଇଁ ମଧ୍ୟ ଏହା ଆଘାତ ହେବ ।

କଂଗ୍ରେସ ଦଳ ୨୦୧୬ ମସିହାରୁ କେରଳରେ କ୍ଷମତା ବାହାରେ ଅଛି, ଏବଂ ୨୦୨୬ ଏପ୍ରିଲ-ମେ ମାସରେ ହେବାକୁ ଥିବା ନିର୍ବାଚନ କଂଗ୍ରେସ ପାଇଁ କର ବା ମର ସ୍ଥିତିରେ ଅଛି । ତେଣୁ ଏହି ସମୟରେ, ଦଳ କୌଣସି ନୂତନ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚାହୁଁନାହିଁ । ଶଶି ଥରୁରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କଂଗ୍ରେସ ଭିତରେ ଗୋଷ୍ଠୀଦ୍ୱନ୍ଦ୍ୱକୁ ସାମ୍ନାକୁ ଆଣିପାରେ, ଯାହାର ସିଧାସଳଖ ପ୍ରଭାବ ନିର୍ବାଚନ ପ୍ରସ୍ତୁତି ଉପରେ ପଡ଼ିବ ।

ଥରୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏକ ବଡ଼ ଝଟକା ହୋଇପାରେ

ଦଳୀୟ ରଣନୀତିକାରଙ୍କ ମତରେ, ଯଦି ଶଶି ଥରୁର କଂଗ୍ରେସ ଛାଡିବେ, ତେବେ ବିଜେପି ଏବଂ ଏଲଡିଏଫ ଭଳି ଦଳ ତାଙ୍କୁ ସ୍ୱାଗତ କରିବାକୁ ଚାହିଁ ରହିବେ । ତିରୁବନନ୍ତପୁରମର ୧୪ ବିଧାନସଭା ଆସନରେ ଥରୁରଙ୍କ ବ୍ୟକ୍ତିଗତ ଦଖଲକୁ କଂଗ୍ରେସ ଦଳର ଏକ ପ୍ରମୁଖ ଶକ୍ତି ବୋଲି ବିବେଚନା କରାଯାଏ । ତେଣୁ ଥରୁରଙ୍କୁ ଦଳରୁ ବିଦା କରିବା କଂଗ୍ରେସ ପାଇଁ ଏକ ରାଜନୈତିକ ବିପର୍ଯ୍ୟୟ ପ୍ରମାଣିତ ହୋଇପାରେ ।

ଆହୁରି ପଢ଼ନ୍ତୁ: Amazon to lay off 14,000 employees:ଆମାଜନ ୧୪ହଜାର ଛଟେଇ କରିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe