Image Courtesy of Matrubhumi.com
କୋଚି: କେରଳ ରାଜ୍ୟରେ ପ୍ରଥମ ସନ୍ଦିଗ୍ଧ ‘ମଙ୍କିପକ୍ସ୍’ ମାମଲା ରିପୋର୍ଟ ହୋଇଥିବା କଥା ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ‘ମଙ୍କିପକ୍ସ୍’ଦ୍ବାରା ଆକ୍ରାନ୍ତ ବୋଲି ସନ୍ଦେହ କରାଯାଉଥିବା ଉକ୍ତ ବ୍ୟକ୍ତିଜଣକ ୩ ଦିନ ତଳେ ‘ସଂଯୁକ୍ତ ଆରବ ଏମିରେଟ୍ସ୍’ରୁ (ୟୁଏଇ) ଫେରିଥିଲେ। ତାଙ୍କ ଦେହେରେ ‘ମଙ୍କିପକ୍ସ୍’ ସଂକ୍ରମଣ ଲକ୍ଷଣ ଦେଖା ଯାଉଛି। ତେଣୁ, ଏବେ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି।
ସ୍ବାସ୍ଥ୍ୟମନ୍ତ୍ରୀ ଜର୍ଜ କହିଛନ୍ତି, ଭୟଭୀତ ହେବା ଅନାବଶ୍ୟକ। ରୋଗୀଜଣକ ବିଦେଶରୁ ଆସିଛନ୍ତି। ତାଙ୍କ ଶରୀରରେ ‘ମଙ୍କିପକ୍ସ୍’ ସଂକ୍ରମଣ ହୋଇଛି କି, ନାହିଁ ସେ ବିଷୟରେ ସୁନିଶ୍ଚିତ ହେବା ଲାଗି ସ୍ବାସ୍ଥ୍ୟ ବିଭାଗ ଉକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା ‘ପୁଣେ ଭାଇରୋଲୋଜି ଇନ୍ଷ୍ଟିଚ୍ୟୁଟ୍’ ପଠାଇଛି। ଆଜି ସନ୍ଧ୍ୟାସୁଦ୍ଧା ଫଳାଫଳ ଚାଲି ଆସିବ ବୋଲି ଆମର ଆଶା।
Image Courtesy of The Indian Expressସେ ଆହୁରି ମଧ୍ୟ କହିଛନ୍ତି ଯେ, ଉକ୍ତ ବ୍ୟକ୍ତିଙ୍କ ସହିତ ନିବିଡ଼ ସମ୍ପର୍କ ଥିବା ଅନ୍ୟ ଜଣେ ବ୍ୟକ୍ତି ‘ମଙ୍କିପକ୍ସ୍’ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ତାଙ୍କୁ ଏବେ ନିରୀକ୍ଷଣରେ ରଖାଯାଇଛି।
ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ଭାରତରେ କୌଣସି ‘ମଙ୍କିପକ୍ସ୍’ ମାମଲା ରିପୋର୍ଟ ହୋଇନାହିଁ। ଜୁଲାଇ ୧୧ ତାରିଖ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ୮୦୦ ‘ମଙ୍କିପକ୍ସ୍’ ସଂକ୍ରମଣ ରିପୋର୍ଟ ହୋଇଥିବା ବେଳେ ବିଶ୍ବର ୫୭ରୁ ଅଧିକ ରାଷ୍ଟ୍ରରେ ୮,୨୦୦ରୁ ଅଧିକ ‘ମଙ୍କିପକ୍ସ୍’ ମାମଲା ରିପୋର୍ଟ କରାଯାଇଛି।
Follow Us