୫ ନାବାଳକଙ୍କ ସମେତ ୧୦ ଜଣ ଦେଶ ଛାଡ଼ି ପଳାଇଯିବା ସହ ଯୋଗଦେଲେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ରେ

ରାଜସ୍ଥାନରୁ ଆଇଏସ୍‌ଆଇ ଏଜେଣ୍ଟ୍‌ ଗିରଫ

କନୁର: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌ଆଇଏସ୍‌)ରେ ଯୋଗଦେବା ପାଇଁ କେରଳର କନୁର ଜିଲ୍ଲାରୁ ୫ ଜଣ ନାବାଳକଙ୍କ ସମେତ ୧୦ ଜଣ ବ୍ୟକ୍ତି ଦେଶ ଛାଡ଼ି ଆଫ୍‌ଗାନିସ୍ତାନ୍‌କୁ ପଳାଇଯିବା ଘଟଣା ଏବେ କେରଳ ପୁଲିସ୍‌ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ, ଏମାନଙ୍କର ଆତଙ୍କବାଦୀ ସଂଗଠନ ଆଇଏସ୍‌ରେ ଯୋଗଦେବା ସଂପର୍କରେ ସେମାନଙ୍କର ପରିବାର ସଦସ୍ୟମାନେ ସୁଦ୍ଧା ଅଜ୍ଞ ଅଛନ୍ତି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ଏମାନେ ସମସ୍ତେ ନିଜ ନିଜ ଘରେ ମହୀଶୂର ଯାଉଛନ୍ତି ବୋଲି କହି ଘର ଛାଡ଼ିଥିଲେ। ତେବେ, ଦୀର୍ଘଦିନ ଧରି ସେମାନେ ଘରକୁ ନଫେରିବାରୁ ପରିବାର ବର୍ଗ ସେମାନଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ। ହେଲେ, ଏମାନଙ୍କର କୌଣସି ପ୍ରକାରର ଖୋଜ ଖବର ମିଳି ନଥିଲା। ପରେ, ପରିବାର ଲୋକେ ଏମାନଙ୍କ ନିଖୋଜ ହେବା ସଂପର୍କରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ ଯେତେବେଳେ ସେମାନଙ୍କର ମୋବାଇଲ ନମ୍ବରକୁ ଟ୍ରାକ କରି ସେମାନଙ୍କୁ ଖୋଜିବା ପାଇଁ ଆରମ୍ଭ କଲା, ସେତେବେଳେ ପୁଲିସର ହୋସ୍‌ ଉଡ଼ି ଯାଇଥିଲା। କାରଣ, ସେତେବେଳକୁ ଏମାନେ ସମସ୍ତେ ଆଫଗାନିସ୍ତାନ ପଳାଇ ଯାଇ ଆଇଏସ୍‌ରେ ଯୋଗଦାନ କରିଥିବା ପୁଲିସ୍‌ ଟ୍ରାକିଂ କରି ଜାଣିବାକୁ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe