ଛାତ, ବାଲକୋନି, ଗଛରୁ ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାରିଲେ ମହିଳା ପାଇଲଟ୍‌; ଭୂଇଁରୁ ୧୦ ମିଟର ଭିତରେ ହେଲିକପ୍ଟର ଯୋଗେ ଲୋକଙ୍କୁ ଟେକି ନେଲେ

ଛାତ, ବାଲକୋନି, ଗଛରୁ ବନ୍ୟା  ପ୍ରପୀଡ଼ିତଙ୍କୁ ଉଦ୍ଧାରିଲେ ମହିଳା ପାଇଲଟ୍‌; ଭୂଇଁରୁ ୧୦ ମିଟର ଭିତରେ ହେଲିକପ୍ଟର ଯୋଗେ ଲୋକଙ୍କୁ ଟେକି ନେଲେ

ତିରୁବନନ୍ତପୁରମ୍‌: ନିକଟରେ କେରଳରେ ବନ୍ୟା ହେବା ପରେ ଉଦ୍ଧାରକାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବାୟୁସେନା। ବାୟୁସେନାର ପାଇଲଟ୍‌ମାନେ ଏହି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଉଲ୍ଲେଖ ଦାବି କରନ୍ତି ଆଇଏଏଫ୍‌ ପାଇଲଟ ଲ୍ୟୁଟ୍‌ନାଣ୍ଟ୍‌ ସ୍ୱାତୀ ରାଠୋର। ସ୍ୱାତୀ ଦୁଇ ବର୍ଷ ତଳେ ପାଇଲଟ୍ ଭାବେ ନିଯୁକ୍ତି ପାଇବା ପରେ ପ୍ରଥମ କରି ଉଦ୍ଧାରକାର୍ଯ୍ୟ କରିବା ପାଇଁ ସୁଯୋଗ ପାଇଥିଲେ। କେରଳ ବନ୍ୟା ପାଇଁ ନିୟୋଜିତ କରାଯାଇଥିବା ସମସ୍ତ ଉଦ୍ଧାରକାରୀଙ୍କ ମଧ୍ୟରୁ ସ୍ୱାତୀ ହେଉଛନ୍ତି ସର୍ବକନିଷ୍ଠ ମହିଳା ପାଇଲଟ୍‌। ସେ ଏମ୍‌ଆଇ-୧୭ ଭି୫ ହେଲିକପ୍ଟର ଯୋଗେ ଏହି ଉଦ୍ଧାର କାର୍ଯ୍ୟ ସମ୍ପାଦନ କରିଥିଲେ।

ବନ୍ୟା ହେତୁ ଚାରିଆଡ଼େ ପାଣି ଘେରି ହୋଇ ରହିଥାଏ। ଲ୍ୟୁଟ୍‌ନାଣ୍ଟ୍‌ ସ୍ୱାତୀ ହେଲିକପ୍ଟର ଯୋଗେ ବିଭିନ୍ନ ସ୍ଥାନକୁ ଉଦ୍ଧାର କରିବାକୁ ଯାଇ  ପ୍ରାୟ ୩୦୦ ଜଣଙ୍କୁ ଉଦ୍ଧାର କରି ଚର୍ଚ୍ଚା ପାଲଟିଛନ୍ତି। ବିଭିନ୍ନ ଘରର ଛାତ, ବାଲ୍‌କୋନି ଓ ଗଛ ଉପରେ ଅାଶ୍ରୟ ନେଇଥିବା ଲୋକମାନଙ୍କୁ ସେ ଉଦ୍ଧାର କରିଛନ୍ତି। ଏପରିକି ଭୂଇଁରୁ ୧୦ ମିଟର ଭିତରେ ହେଲିକପ୍ଟର ତଳକୁ ନେଇ ସେ ଲୋକଙ୍କୁ ଉଠାଇ ଆଣିବା ପରି ମହାନ କାର୍ଯ୍ୟ କରି ସାହସିକତାର ପରିଚୟ ପ୍ରଦାନ କରିଛନ୍ତି।

publive-image

ଉଦ୍ଧାର ସଂପର୍କରେ ଲ୍ୟୁଟ୍‌ନାଣ୍ଟ୍‌ ସ୍ୱାତୀ ରାଠୋର କହନ୍ତି, ‘ମୁଁ ଉଦ୍ଧାର କରିବା ଅଭିଯାନରେ ବାହାରିବା ବେଳେ ଗୋଟିଏ ସ୍ଥାନରେ ଦେଖିଲି ୨ ଜଣ ପୁରୁଷ ଓ ୩ ଜଣ ନାରୀ ଜଳ ମଧ୍ୟରେ ଫସି ରହିଛନ୍ତି। ସେ ତାଙ୍କର ପିନ୍ଧା ବସ୍ତ୍ର ହଲାଇ ଉଦ୍ଧାର ପାଇଁ ଆମକୁ ସୂଚନା ଦେଇଥିଲେ। ଆମେ ସେଠାରେ ପହଞ୍ଚି ସେମାନଙ୍କୁ ହେଲିକପ୍ଟରେ ଟେକି ଆଣିଥିଲୁ। ସେମାନେ ଖୁସିରେ ଯେଉଁଭଳି ଭାବେ ଚିତ୍କାର କରିଥିଲେ ତାହା ଥିଲା ବିରଳ ଅନୁଭବ।’

ସ୍ୱାତୀ ପିଲାଟି ଦିନରୁ ବିଶ୍ୱାସ କରନ୍ତି ଯେ ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ। ଏପରିକି ସେ ୮ ବର୍ଷ ବୟସର ହୋଇଥିବା ବେଳେ ଜଣେ ପାଇଲଟ୍‌ ହେବାର ସ୍ୱପ୍ନ ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe