Image Source: Hindustan Times
ତିରୁବନନ୍ତପୁରମ୍: ଗୃହ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ମାର୍ଗଦର୍ଶିକା ଅନୁସରଣ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିବା ପରେ ଆଜି କେରଳ ସରକାର କୋହଳ କରିଥିବା କେତେକ ଲକ୍ଡାଉନ୍ କଟକଣା ପ୍ରତ୍ୟାହାର କରି ନେଇଛନ୍ତି।
ବୁଝାମଣା ଅଭାବରୁ ଏଭଳି ହୋଇଥିବା କଥା କେରଳ ସରକାର କହିଛନ୍ତି। କିଛି ସମୟ ପୂର୍ବରୁ କିନ୍ତୁ, କେରଳ କେନ୍ଦ୍ର ସରକାର ଉଠାଇଥିବା ଆପତ୍ତିକୁ ଅସ୍ବୀକାର କରିଥିଲା। ରାଜ୍ୟ ମନ୍ତ୍ରୀ କଡ଼କମ୍ପାଲ୍ଲୀ ସୁରେନ୍ଦ୍ରନ୍ କହିଥିଲେ ଯେ କେନ୍ଦ୍ର ଜାରି କରିଥିବା ନିର୍ଦେଶାବଳୀ ଆଧାରରେ ଆମେ କୋହଳ ଦେଇଛୁ।
Image Source: Hindustan Timesଏଠାରେ ପ୍ରକାଶଯୋଗ୍ୟ ଯେ ଆଜି କେରଳରେ ସ୍ଥାନୀୟ ଦୋକାନ, ସେଲୁନ୍, ରେସ୍ତୋରାଁ, ବହିଦୋକାନ ଆଦି ଖୋଲିବା ସହ ସହର ଏବଂ ସହର ବାହାରକୁ ସ୍ବଳ୍ପ ଦୂର ନିମନ୍ତେ ବସ୍ ଚଳାଚଳ ମଧ୍ୟ କରିଥିଲା। ଚାରିଚକିଆ ଯାନର ପଛ ସିଟ୍ରେ ଦୁଇଜଣ ଯାତ୍ରୀ ବସିବା ଦୁଇଚକିଆ ଯାନ ପଛ ସିଟ୍ରେ ମଧ୍ୟ ଲୋକ ବସିବାକୁ ଅନୁମତି ଦିଆଯାଇଥିଲା।
Follow Us