The New Indian Express
କୋଚି: କେରଳର କୋଚି ନିକଟସ୍ଥ ଏଲାମାକ୍କାରାର ବାସିନ୍ଦା ଆରତୀ ରେଘୁନାଥ ଲକ୍ଡ଼ାଉନ ସମୟରେ ଖାଲି ସମୟକୁ ବିନିଯୋଗ କରି ୯୦ ଦିନରେ ୩୫୦ଟି ଅନ୍ଲାଇନ୍ ପାଠ୍ୟକ୍ରମ ସମାପ୍ତ କରି ୟୁନିଭର୍ସାଲ୍ ରେକର୍ଡ ଫୋରମ୍(ୟୁଆରଏଫ୍) ପ୍ରଦତ୍ତ ଏକ ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ସ୍ଥାନୀୟ ଏମ୍ଇଏସ୍ କଲେଜର ଏମ୍ଏସ୍ସି ଛାତ୍ରୀ ଆରତୀ ତିନି ମାସ ମଧ୍ୟରେ ୩୫୦ଟି ପାଠ୍ୟକ୍ରମ ପୂରଣ କରିଥିଲେ। ଏମ୍ଏମ୍ଏମ୍ଆର ରେଘୁନାଥ ଓ କଳାଦେବୀଙ୍କ ଝିଅ ଆରତୀ ରେଘୁନାଥ।
ଜନ୍ହକିନ୍ସ ବିଶ୍ବବିଦ୍ୟାଳୟ, ଟକ୍ନିକାଲ ବିଶ୍ବବିଦ୍ୟାଳୟ ଡ଼େନ୍ମାର୍କ, ଭରଜିନିଆ ବିଶ୍ବବିଦ୍ୟାଳୟ, ନ୍ୟୁୟର୍କ ଷ୍ଟେଟ୍ ବିଶ୍ବବିଦ୍ୟାଳୟ, କୋଲୋରାଡ଼ୋ ବୋଲଡ଼ର, କୋପେନହାଗେନ୍ ବିଶ୍ବବିଦ୍ୟାଳୟ, ରେଷ୍ଟର ବିଶ୍ବବିଦ୍ୟାଳୟ, ଇମୋରି ବିଶ୍ବବିଦ୍ୟାଳୟ, କୋରୋସିଆ ପ୍ରୋଜେକ୍ଟ ନେଟୱାର୍କରେ ଏହି ଅନଲାଇନ୍ ଡିଗ୍ରି କରିଛନ୍ତି ଆରତୀ।
ଏ ନେଇ ଆରତୀ କହନ୍ତି, କଲେଜରେ ଅଧ୍ୟାପକ ମୋତେ ଏହି ଅନ୍ଲାଇନ୍ ପାଠ୍ୟକ୍ରମରେ ପରିଚିତ କରାଇଥିଲେ। କଲେଜର ଅଧ୍ୟକ୍ଷ ଅଜିମ୍ ପି ମହମ୍ମଦ, କୋର୍ସେରା ସଂଯୋଜକ ହନିଫା କେଜି ଓ ଶିକ୍ଷକ ନୀଲିମା ଟିକେଙ୍କ ବହୁ ସହଯୋଗରେ ମୁଁ ସାଇନ୍ଅପ୍ କରିଥିବା ପାଠ୍ୟକ୍ରମ କିଛି ସପ୍ତାହରେ ସମାପ୍ତ କରିପାରିଥିଲି। ଏତେ କମ ସମୟରେ ୩୫୦ଟି ଅନ୍ଲାଇନ୍ କ୍ଳାସ କରିପାରିଛି ଏବଂ ଆଶା ରହିଛି ଆଗାମୀ ଦିନରେ ଅନ୍ୟ କୋର୍ସ ଗୁଡ଼ିକ ମଧ୍ୟ ପୂରା କରିବି।
Follow Us