୧୯ଥର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିଲା, ୪୪ଦିନର ଚିକିତ୍ସା ପରେ କରୋନା ମୁକ୍ତ ହେଲେ ୬୨ ବର୍ଷୀୟା ବୃଦ୍ଧା

୧୯ଥର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିଲା, ୪୪ଦିନର ଚିକିତ୍ସା ପରେ କରୋନା ମୁକ୍ତ ହେଲେ ୬୨ ବର୍ଷୀୟା ବୃଦ୍ଧା

ThePrint

ତିରୁବନନ୍ତପୁରମ: କେରଳର ପଟ୍ଟନନ୍ତିତା ଜିଲ୍ଲାର ଜଣେ କରୋନା ଆକ୍ରାନ୍ତ ବୃଦ୍ଧା ୪୫ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ହୋଇ ଯାଇଛନ୍ତି । ୬୨ବର୍ଷୀୟା ବୃଦ୍ଧା କରୋନା ଭୂତାଣୁ (କୋଭିଡ -୧୯)ରେ ସଂକ୍ରମିତ ହୋଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ବୃଦ୍ଧାଙ୍କ ରିପୋର୍ଟ ୧୯ଥର ପଜିଟିଭ ଆସିଥିଲା। କିନ୍ତୁ ୪୫ଦିନର ଚିକିତ୍ସା ପରେ ଏବେ ତାଙ୍କର ଦୁଇଟି ରିପୋର୍ଟ ନେଗେଟିଭ ଆସିଛି। ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ରଖାଯାଇଥିବା ବେଳେ ମେଡିକାଲ ବୋର୍ଡର ଅନୁମତି ପରେ ବୃଦ୍ଧାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ଜଣା ପଡିଛି। ଏହି ସୂଚନା ପଟ୍ଟନନ୍ତିତା ଜିଲ୍ଲାର ମେଡିକାଲ ଅଫିସର (ଡିଏମଓ) ଡକ୍ଟର ଏନ ଶିଯା ଦେଇଛନ୍ତି।

ଡିଏମଓ କହିଛନ୍ତି, ତାଙ୍କ ରିପୋର୍ଟ ଦୁଇଥର ନେଗେଟିଭ ଆସିଛି। ଆମେ ତାଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରିବୁ। ମହିଳା ଜଣକ ଇଟାଲିରୁ ଫେରିଥିବା ପରିବାର ସହିତ ଯୋଗାଯୋଗ କରିଥିଲେ। ଯାହା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ସାମ୍ନାକୁ ଆସିଥିଲା। ମାର୍ଚ୍ଚ ୧୦ତାରିଖରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଇଟାଲିରୁ ଫେରି ଏହି ପରିବାର ଆଠ ଜଣଙ୍କୁ ସଂକ୍ରମିତ କରିଥିଲେ। ଏହି ପରିବାରର ତିନି ଜଣ ବ୍ୟକ୍ତି ଫେବୃଆରି ୨୯ରେ ତିନି ସପ୍ତାହ ଛୁଟିରେ କେରଳର ରାନୀରେ ଥିବା ନିଜ ଘରକୁ ଆସିଥିଲେ | ଏହା ପରେ ଅନ୍ୟ ଲୋକଙ୍କ ସହ ମିଶି ସେମାନଙ୍କୁ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ କରାଇଥିଲେ ।

पोलैंड में सामना आया कोरोना वायरस का ... www.dabangdunia.co

ସୂଚନା ମୁତାବକ, କେରଳରେ ସମୁଦାୟ ୪୪୭ଜଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି। ୩୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe