ବର୍ଷାପାଣି ବାହାର କରିବା ପାଇଁ ମାଟି ଖୋଳୁଥିବା ବେଳେ ବାହାରିଲା ସୁନାଭର୍ତ୍ତି ମାଟିହାଣ୍ଡି

Advertisment
ବର୍ଷାପାଣି ବାହାର କରିବା ପାଇଁ ମାଟି ଖୋଳୁଥିବା ବେଳେ ବାହାରିଲା ସୁନାଭର୍ତ୍ତି ମାଟିହାଣ୍ଡି

ନୂଆଦିଲ୍ଲୀ: କେରଳ ନିଜର ପ୍ରାକୃତିକ ସୁନ୍ଦରତା, ପର୍ଯ୍ୟଟନସ୍ଥଳୀ ହେତୁ ଦେଶ ତଥା ଦେଶ ବାହାରେ ଲୋକପ୍ରିୟ ରହିଛି। କିଛିଦିନ ହେବ କେରଳକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଖନନ ଏଠାରେ ଜଣେ ମହିଳା ବର୍ଷାପାଣି ବାହାର କରିବା ପାଇଁ ମାଟିଖୋଳୁଥିବା ବେଳେ ସେଥିରୁ ଏକ ସୁନାଭର୍ତ୍ତି ମାଟିହାଣ୍ଡି ବାହାରିଥିଲା।

ଏହି ଘଟଣାଟି କେରଳର କନ୍ନୁର ଜିଲ୍ଲା ଚେଙ୍ଗଲୟିସ୍ଥିତ ପରିପ୍ପୟି ସରକାରୀ ହାଇସ୍କୁଲ ନିକଟରେ ଘଟିଛି।  ସ୍କୁଲ ପରିସରରେ ଥିବା ଏକ ବଗିଚାରେ ବର୍ଷାପାଣି ଯିବା ପାଇଁ ମହିଳା ଗ‌ାଢ଼ା ‌ଖୋଳୁଥିଲେ। ଗାଢ଼ା ଖୋଳୁଖୋଳୁ ମାଟି ଭିତରୁ ଏକ ମାଟିହାଣ୍ଡି ବାହାରିଥିଲା। ଏହି ହାଣ୍ଡି ଦେଖି ମହିଳା ଭୟଭୀତ ହୋଇଯାଇଥିଲେ। ଏହା ଭିତରେ କେହି ବୋଧ ହୁଏ କିଛି ବିସ୍ଫୋରକ ସାମଗ୍ରୀ ରଖି ଦେଇଥିବା ସନ୍ଦେହ କରି ସେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ  ଘଟଣାସ୍ଥଳରେ ଉକ୍ତ ମାଟିହାଣ୍ଡିକୁ ଜବତ କରିଥିଲା।

ଜବତ ମାଟିହାଣ୍ଡିକୁ ପୁଲିସ ଖୋଲି ଦେଖିଲା ବେଳକୁ ସେଥିରେ ୧୭ଟି ମୋତିର ମାଳା, ୧୩ଟି ସୁନା ଲକେଟ, ୪ଟି ମେଡେଲିମ, ୫ଟି ପ୍ରାଚୀନ ମୁଦି, କାନଫୁଲ ଓ ହାରର ଏକ ସେଟ ଓ ଅନେକ ରୁପାର କଏନ ସାମିଲ ଥିଲା।

ସବଇନ୍ସପେକ୍ଟର ଏମବି ସିଜୁଙ୍କ ଟିମ ଉକ୍ତ ବସ୍ତୁକୁ ଜବତ କରି ନେଇଛି। ସମସ୍ତ ଘଟଣାକୁ କୋର୍ଟରେ ଦାଖଲ କରାଯାଇଛି। କୋର୍ଟ ପ୍ରତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କି ଏହି ସାମଗ୍ରୀଗଡ଼ିକର ଯାଞ୍ଚ କରିବେ। ଉକ୍ତ ଜବତ ସାମଗ୍ରୀଗୁଡ଼ିକ କେବେକାର ତାର ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ପ୍ରତ୍ନତତ୍ତ୍ୱ ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe