କେରଳରେ ୧୦୦ ବର୍ଷରେ ସବୁଠାରୁ ବଡ଼ ବନ୍ୟା, ମୃତ୍ୟୁ ସଂଖ୍ୟା ୩୨୪

କେରଳରେ ୧୦୦ ବର୍ଷରେ ସବୁଠାରୁ ବଡ଼ ବନ୍ୟା, ମୃତ୍ୟୁ ସଂଖ୍ୟା ୩୨୪

ନୂଆଦିଲ୍ଲୀ: କେରଳରେ ବନ୍ୟା ବିଗତ ୧୦୦ ବର୍ଷର ରେକର୍ଡ ଅତିକ୍ରମ କରିଛି। ରାଜ୍ୟର ଅନେକ ଅଞ୍ଚ‌ଳରେ ଲୋକେ ପାଣି ଘେରରେ ଅଛନ୍ତି। କିଛି ଦିନହେବ ପ୍ରଳୟକାରୀ ବନ୍ୟା ଯୋଗୁଁ ଶୁକ୍ରବାର ପର୍ଯ୍ୟନ୍ତ ୩୨୪ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଲକ୍ଷାଧିକ ଲୋକ ବନ୍ୟା ଜଳରେ ଫସିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜେ କେରଳ ଗସ୍ତ କରି ଶୁକ୍ରବାର ଥିରୁବନ୍ତପୁରମରେ ପହଞ୍ଚିଛନ୍ତି। ମୋଦି ଆକାଶମାର୍ଗରୁ ବନ୍ୟାଜନିତ ସମୀକ୍ଷା କରିବେ।

କେରଳରେ ମୁସଲଧାର ବର୍ଷା ଲୋକଙ୍କ ପାଇଁ ଦାଉ ସାଜିଛି। ରାଜ୍ୟ ଅବସ୍ଥା ଦିନକୁ ଦିନ ଆହୁରି ବିପଦ ଆଡକୁ ଠେଲି ହୋଇଯାଇଛି। ବର୍ଷା ୧୦୦ ବର୍ଷର ରେକର୍ଡ ଅତିକ୍ରମ କରିଛି। ରାଜ୍ୟର ଅନେକ ଜିଲ୍ଲାରେ ଲୋକେ ପାଣି ଘେର ଭିତରେ ଅଛନ୍ତି। ପ୍ରାୟ ୨୩ ହଜାର ୧୩୯ ଲୋକ ବାସହରା ହୋଇଯାଇଛନ୍ତି। ସେହିଭଳି ୧୫୦୦ ଅସ୍ଥାୟୀ ଶିବିର କରାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe