କେରଳର ସଂଶୋଧନ ପାଇଁ ଦେଶରେ କରୋନା ମୃତ୍ୟୁରେ ଅଚାନକ ବୃଦ୍ଧି

Advertisment
୨୪ ଘଣ୍ଟାରେ ୨୧ କରୋନା ମୃତ୍ୟୁ: ସାପ୍ତାହିକ ସଂକ୍ରମଣରେ ୭୯ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଆଜି ୧୬,୩୨୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୬୬୬ କରୋନା ମୃତ୍ୟୁ ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୫୩,୭୦୮ରେ ପହଞ୍ଚିଛି। କେରଳ ଏହାର ପୂର୍ବ କରୋନା ମୃତ୍ୟୁ ସଂଖ୍ୟା ଏଥିରେ ଯୋଡ଼ିଥିବାରୁ ଦେଶରେ ଅଚାନକ ମୃତ୍ୟୁସଂଖ୍ୟା ବଢ଼ିଯାଇଛି। କେରଳ ପୂର୍ବରୁ ରିପୋର୍ଟ କରିନଥିବା ୪୬୪ ମୃତ୍ୟୁକୁ ଆଜି ଯୋଡ଼ିଛି। ଅନ୍ୟପକ୍ଷେ କେରଳରେ ଗତ ୨୪ ଘଣ୍ଟାରେ ୯୯ ଜଣଙ୍କ ମୃତ୍ୟୁ ହୋଇଛି। କେରଳରେ ମୋଟ୍‌ ମୃତ୍ୟୁସଂଖ୍ୟା ୨୨,୭୬୫କୁ ବୃଦ୍ଧି ପାଇଛି। ଦେଶରେ ଦୈନିକ ସଂକ୍ରମଣ ମାମଲା ଲଗାତାର ୨୯ ଦିନ ଧରି ୩୦ ହଜାର ତଳେ ଏବଂ ୧୧୮ ଦିନ ଧରି ୫୦ ହଜାର ତଳେ ରହୁଛି।

ଦେଶରେ ସକ୍ରିୟ ମାମଲା ଏବେ ୧,୭୩,୭୨୮ ରହିଛି । ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୫୧ ପ୍ରତିଶତ। ଦୈନିକ ପଜିଟିଭ୍‌ ହାର ୧.୨୦ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୧.୨୪ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ଆରୋଗ୍ୟ ହାର ୯୮.୧୬ ପ୍ରତିଶତ। ‌ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୩୫,୩୨,୧୨୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁହାର ୧.୩୩ ପ୍ରତିଶତ ରହିଛି। ଦେଶରେ ମୋଟ୍‌ ଟିକାକରଣ ୧୦୧.୩୦ କୋଟି ଟପିଯାଇଛି। ଉଲ୍ଲେଖଯୋଗ୍ୟ, ଦେଶରେ କୋଭିଡ୍‌ ସଂକ୍ରମଣ ଗତବର୍ଷ ଅଗଷ୍ଟ ୭ରେ ୨୦ ଲକ୍ଷ ଏବଂ ଅଗଷ୍ଟ ୨୩ରେ ୩୦ ଲକ୍ଷ ଟପିଥିଲା। ସେପ୍ଟେମ୍ବର ୫ରେ ୪୦ ଲକ୍ଷ ଟପିଥିବା ବେଳେ ୧୬ରେ ୫୦ ଲକ୍ଷ, ୨୮ରେ ୬୦ ଲକ୍ଷ, ଅକ୍ଟୋବର ୧୧ରେ ୭୦ ଲକ୍ଷ, ଅକ୍ଟୋବର ୨୯ରେ ୮୦ ଲକ୍ଷ, ନଭେମ୍ବର ୨୦ରେ ୯୦ ଲକ୍ଷ , ଡିସେମ୍ବର ୧୯ରେ ୧ କୋଟି ଟପିଥିଲା। ଚଳିତବର୍ଷ ମେ’୪ରେ ସଂକ୍ରମଣ ୨ କୋଟି ଏବଂ ଜୁନ୍‌ ୨୩ରେ ୩ କୋଟି ଟପିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe