କରୋନା ପାଇଁ କେରଳର ୨୦ ହଜାର କୋଟି ପ୍ୟାକେଜ୍‌

Advertisment
କରୋନା ପାଇଁ କେରଳର ୨୦ ହଜାର କୋଟି ପ୍ୟାକେଜ୍‌

The Indian Express

ତିରୁଅନନ୍ତପୁରମ : କେରଳ ଅର୍ଥମନ୍ତ୍ରୀ କେ ଏନ ବାଲଗୋପାଲ ଆଜି ପିନରାୟୀ ବିଜୟନ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଏଥିରେ କରୋନା ମହାମାରୀର ଦ୍ବିତୀୟ ଲହର ମୁକାବିଲା ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ୨୦ ହଜାର କୋଟିର ପ୍ୟାକେଜ୍ ଛଡ଼ା ଅର୍ଥମନ୍ତ୍ରୀ ବଜେଟ୍‌ରେ ୧୮ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣା ଟିକା ଦେବା ପାଇଁ ୧୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ମାଗଣା ଟିକାକରଣ ପାଇଁ ସୁବିଧା ସୃଷ୍ଟି ଓ ଉପକରଣ ବାବଦରେ ଅତିରିକ୍ତ ୫୦୦ କୋଟି ଟଙ୍କା ବ୍ୟୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe