କର୍ଣ୍ଣାଟକକୁ ବ୍ୟାପିଲା କୋରେଗାଓଁ ହିଂସା

Advertisment
କର୍ଣ୍ଣାଟକକୁ ବ୍ୟାପିଲା କୋରେଗାଓଁ ହିଂସା

ବେଙ୍ଗାଲୁରୁ,: ଗତ ପହିଲାରେ ପୁନେରୁ ଆରମ୍ଭ ହୋଇଥିବା ଭୀମା କୋରେଗାଓଁ ହିଂସା ଆଜି କର୍ଣ୍ଣାଟକର ହୁବୁଳିକୁ ବ୍ୟାପିଛି। ହୁବୁଳିରେ ଆଜି ସଂଖ୍ୟାଧିକ ଦଳିତ ଅନୁଷ୍ଠାନ ବନ୍ଦ ଡାକରା ଦେବା ସହ ଆନ୍ଦୋଳନ ଜାରି ରଖିିଛନ୍ତ। ବହୁ ସ୍ଥାନରେ ଆନ୍ଦୋଳନକାରୀମାନେ ରାସ୍ତାରୋକ କରିବା ସହ ଯାନବାହନ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ବଳ ନିୟୋଜିତ ଥିବା ବେଳେ ପୁଲିସ ବ୍ୟାରିକେଡ୍‌ ଭାଙ୍ଗି ବିକ୍ଷୋଭକାରୀମାନେ ନାରାବାଜି କରିଛନ୍ତି। ସୂଚନା ଥାଉ କି, ଗତ ପହିଲାରେ ପୁଣେ ନିକଟ ଭୀମା-କୋରେଗାଓଁ ଠାରେ ଦଳିତ ଏବଂ ମରାଠାଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ଜଣେ ଦଳିତ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ପ୍ରତିବାଦରେ ଦଳିତମାନେ ପ୍ରଥମେ ମହାରାଷ୍ଟ୍ର ବନ୍ଦ ଡାକରା ଦେଇ ବ୍ୟାପକ ଆନ୍ଦୋଳନ କରିଥିବା ବେଳେ ପରେ ଗୁଜରାଟକୁ ମଧ୍ୟ ଆନ୍ଦୋଳନ ବ୍ୟାପିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe