କର୍ଣ୍ଣାଟକ ପରେ କେରଳ: ବିଜେପି ସହ ଯୋଗାଯୋଗରେ ଅଛନ୍ତି କଂଗ୍ରେସର ୩ ବିଧାୟକ ଓ ୬ଜଣ ସାଂସଦ !

Advertisment

photo-kerla kaumudi

ନୂଆଦିଲ୍ଲୀ: କେରଳର ବରିଷ୍ଠ ବିଧାୟକ ତଥା ଏନଡିଏର ସହଯୋଗୀ ଜନପକ୍ଷମ୍‌ ସେକ୍ୟୁଲାର ପାର୍ଟିର ନେତା ପିସି ଜର୍ଜ ଦାବି କରିଛନ୍ତି ଯେ,କଂଗ୍ରେସର ଛଅ ଜଣ ସାଂସଦ ଓ ତିନି ଜଣ ବିଧାୟକ ଏବେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଜର୍ଜଙ୍କ କେରଳ ଜନପକ୍ଷମ୍‌ ସେକ୍ୟୁଲାର ପାର୍ଟି ନିକଟରେ ଏନଡିଏରେ ସାମିଲ୍‌ ହୋଇଛି।

କର୍ଣ୍ଣାଟକ ଓ ଗୋଆରେ ଦଳ ବଦଳ ରାଜନୀତି ଚାଲିଥିବା ସମୟରେ ପିସି ଜର୍ଜଙ୍କ ଏହି ବୟାନ୍‌କୁ ବେଶ୍‌ ଗୁରୁତ୍ୱ ଦିଆଯାଉଛି। ଏବେ ଚର୍ଚ୍ଚା ହେଉଛି ଯେ କର୍ଣ୍ଣାଟକ ପରେ ଆଉ ଏକ ଦକ୍ଷିଣ ଭାରତୀୟ ରାଜ୍ୟ କେରଳରେ ବି ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି। ଏଥିପାଇଁ ବିରୋଧୀ ଦଳର ନେତାମାନେ ବି ଆଗ୍ରହ ପ୍ରକାଶ କରୁଥିବା କୁହାଯାଉଛି।

publive-image photo--news18

ନିଜ ଦଳର ପ୍ରଦେଶ କମିଟିର ବୈଠକ ପରେ ପିସି ଜର୍ଜ କହିଥିଲେ ଯେ ତାଙ୍କ ପାଖରେ ଠୋସ ପ୍ରମାଣ ଥିଲେ ବି ସେ ସବୁର ଖୁଲାସା ଏବେ କରିବେ ନାହିଁ। ଖୁବ୍‌ଶୀଘ୍ର ତାଙ୍କ କଥା ସତ୍ୟ ସାବ୍ୟସ୍ତ ହେବ। ଅପରପକ୍ଷରେ କଂଗ୍ରେସ ନେତାମାନେ ଏହାକୁ ଅସ୍ୱୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe