କେରଳ ବନ୍ୟାରେ କ୍ଷୟକ୍ଷତିର ପରିମାଣ ୨୦, ୦୦୦ କୋଟି; ୨୬ ଅଗଷ୍ଟରେ ଖୋଲିବ କୋଚି ବିମାନ ବନ୍ଦର

କେରଳ ବନ୍ୟା: ୩୦ ଜଣଙ୍କୁ ବଞ୍ଚାଇଥିବା ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇବେ

ଥିରୁବନନ୍ତପୁରମ୍‌: କେରଳ ବନ୍ୟା ବିଭୀଷିକା ବର୍ତ୍ତମାନ ଅନ୍ତର୍ଜାତୀୟ ପରିସରରେ ପହଞ୍ଚିଛି। ବିଭିନ୍ନ ଦେଶରୁ ଶୋକବାର୍ତ୍ତା ଆସିବା ସହ ସାହାଯ୍ୟ ମଧ୍ୟ ଆସିବା ଆରମ୍ଭ ହୋଇଛି। କେରଳରେ ସଂଘଠିତ ଶତାବ୍ଦୀର ସବୁଠାରୁ ବଡ଼ ବନ୍ୟାର ପ୍ରାଥମିକ କ୍ଷୟକ୍ଷତିର ରିପୋର୍ଟ ଆସିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କେରଳରେ କ୍ଷୟକ୍ଷତିର ପରିମାଣ ପ୍ରାୟ ୨୦, ୦୦୦ କୋଟି ଟଙ୍କା ହେବ। ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ଇଡୁକି, ମାଲାପୁରମ୍‌, କୋଟାୟମ୍‌, ଏର୍ଣ୍ଣାକୁଲମ୍‌ ପ୍ରମୁଖ। ଏଥିସହ ୧୦,୦୦୦ କିଲୋମିଟର ରାସ୍ତା ଧୋଇ ଯାଇଥିବା ବେଳେ ୧ ଲକ୍ଷ ଘର ଭାଙ୍ଗି ଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ବନ୍ୟା ହେତୁ ଲକ୍ଷାଧିକ ହେକ୍ଟର ଜମିରେ ଚାଷ ମଧ୍ୟ ନଷ୍ଟ ହୋଇଛି ।

publive-image

ଏ ନେଇ ମୁଖ୍ୟମନ୍ତ୍ରୀ ପି. ବିଜୟନ ମତ ରଖିଛନ୍ତି ଯେ ‘ରିଲିଫ୍‌ କ୍ୟାମ୍ପରେ ଥିବା ଲକ୍ଷ ଲକ୍ଷ ଲୋକ ଆମର ପ୍ରାଥମିକତା। ବନ୍ୟା ଯୋଗୁ ହୋଇଥିବା ଧନ-ଜୀବନର କ୍ଷୟକ୍ଷତିର ସଂପୂର୍ଣ୍ଣ ଆକଳନ ଆମେ କରୁଛୁ।’

ଖାଲି ସେତିକି ନୁହେଁ, ବନ୍ୟା ପ୍ରଭାବରେ କେରଳର କୋଚି ବିମାନ ବନ୍ଦର ୨୨୦ କୋଟି ଟଙ୍କାର କ୍ଷତି ସହିଛି। ୨.୫ କିଲୋମିଟର ଦୀର୍ଘ ଏହି ବିମାନ ବନ୍ଦରର ପାଚେରୀର ପୁନର୍ନିମାଣ କରାଯିବ। ରନ୍‌େଓ୍ଵ, ଟାକ୍ସି ବେ, ଡିଉଟି ଫ୍ରି ସପ୍‌ ଏବଂ ବିମାନ ବନ୍ଦରର ଅନ୍ୟାନ୍ୟ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ବନ୍ଦ ଥିବା କୋଚି ବିମାନ ବନ୍ଦର ଅଗଷ୍ଟ ୨୬ ତାରିଖରେ ଖୋଲିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe