ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଜୋର୍‌ ଧରିଛି ଚର୍ଚ୍ଚା

ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଜୋର୍‌ ଧରିଛି ଚର୍ଚ୍ଚା

symbolic pic

ଡେରାଡୁନ୍: ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ଦିଲ୍ଲୀ ଗସ୍ତରେ ଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଜି ବୈଠକ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ସେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ ବି ବୈଠକ କରିଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖୁବଶୀଘ୍ର ସେ ତାଙ୍କ ପଦରୁ ଇସ୍ତଫା ଦେଇ ପାରନ୍ତି। ବୟସାଧିକ ଓ ଅସୁସ୍ଥତା କାରଣରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା କଥା ଆଲୋଚନା ହେଉଛି। ହେଲେ ୟେଦୁୟେରପ୍ପା ଏକଥାକୁ ଖଣ୍ଡନ କରିଛନ୍ତି। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ସେ ଅସୁସ୍ଥତା ଓ ବୟସ ବାବଦରେ ଆଲୋଚନା କରିଥିବା କଥା କୁହାଯାଇଛି ।

ଏଠି ପ୍ରଶ୍ନ ଉଠୁଛି ଯଦି ୟେଦୁୟେରପ୍ପା ତାଙ୍କ ପଦରୁ ଇସ୍ତଫା ଦିଅନ୍ତି ତେବେ କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ? କୁହାଯାଉଛି କି ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଆଗରେ ରହିଛନ୍ତି ପ୍ରହ୍ଲାଜ ଜୋଶୀ । ସେ ଏବେ ମୋଦୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଦ୍ୱିତୀୟରେ ରହିଛନ୍ତି ବି.ଏଲ ସନ୍ତୋଷ । ସେ ଏବେ ବିଜେପି ରାଷ୍ଟ୍ରୀୟ ସଂଗଠନର ସଦସ୍ୟ ରହିଛନ୍ତି । ଏମାନଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବେଦୀ, ବିଜେପି ନେତା ମୁର୍ଗେଶ ନିରାଣୀ ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe