zeenews.india.com
ନୂଆଦିଲ୍ଳୀ: ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ବିଜେପି)ର ବରିଷ୍ଠ ନେତା କେଶୁଭାଇ ପଟେଲଙ୍କର ଗୁରୁବାର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି।
ଖବର ଅନୁଯାୟୀ, କେଶୁଭାଇ ପଟେଲ ଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଅହମ୍ମଦାବାଦ ସ୍ଥିତ ଷ୍ଟର୍ଲିଂ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ସେପ୍ଟେମ୍ବର ମାସରେ କେଶୁଭାଇ ପଟେଲ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ବୋଲି ରିପୋର୍ଟରୁ ପ୍ରକାଶ ପାଇଛି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ୧୯୯୫ ମସିହାରେ କେଶୁଭାଇ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ସେ ଗୁଜୁରାଟ ବିଧାନସଭା ସଦସ୍ୟ ଭାବରେ ଛଅ ଥର ମନୋନୀତ ହୋଇଥିଲେ।
Follow Us